Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ମହିଳାଙ୍କୁ ମିଳିଲା ଅଗ୍ରାଧିକାର ପ୍ରଥମ ପର୍ଯ୍ୟାୟରେ ୪୦୦ ଶହରୁ ଉର୍ଦ୍ଧ୍ବ ସ୍କୁଟି ବଣ୍ଟନ

କଳାହାଣ୍ଡି, ୧୪/୧୦ (ଜଗନ୍ନାଥ ନାଏକ) : ମହିଳାଙ୍କୁ ଅଗ୍ରାଧିକାର ଦେବା ସହ ସ୍ବାବଲମ୍ବୀ କରାଇବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତିର ଶୁଭାରମ୍ଭ କରିଥିବା ବେଳେ, ଅନେକ ଯୋଜନା ମାଧ୍ୟମର ମହିଳା ସ୍ବାବଲମ୍ବୀ ହୋଇ ପାରିଛନ୍ତି। ବ୍ୟାଙ୍କ୍ ମିତ୍ର ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଇସି ସଦସ୍ୟା ମାନଙ୍କ ଗମନାଗମନ ପାଇଁ ସ୍କୁଟି ଯୋଜନାର ଶୁଭାରମ୍ଭ କରିଛନ୍ତି ସରକାର।
ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ମିଶନ ଶକ୍ତି ମହିଳା ମାନଙ୍କୁ ସ୍କୁଟି ଯୋଜନା ମାଧ୍ୟମରେ ସ୍କୁଟି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ, କଳାହାଣ୍ଡି ଜିଲ୍ଲାପାଳ
ପି.ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସଚିନ ପାୱାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିସିସି ବ୍ୟାଙ୍କ୍ ସଭାପତି ଗିରିଶ ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ, ସମସ୍ତ ମିଶନ ଶକ୍ତି ମହିଳା ସାମିଲ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ୩୬୦ ଜଣ ମହିଳାଙ୍କୁ ସ୍କୁଟି ପ୍ରଦାନ କରାଯାଇଥିବା ବେଳେ, ଆହୁରି ୭୦୦ଶହ ମିଲାଙ୍କ ପାଇଁ ରେଜିଷ୍ଟ୍ରେସନ କାର୍ଯ୍ୟ ସରିଥିବା ବେଳେ, ଦ୍ଵିତୀୟ ପର୍ଯ୍ୟାୟର
ସେମାନଙ୍କୁ ସ୍କୁଟି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ଯୋଜନା ଫଳରେ ମହିଳା ସ୍ବାବଲମ୍ବୀ ହେବା ସହ ଦକ୍ଷତା କ୍ଷେତ୍ରରେ ଆହୁରି ଗୋଟିଏ ପାଦ ଆଗକୁ ବଢ଼ି ପାରିବେ। ଏହି ସ୍କୁଟି ଯୋଜନା ମାଧ୍ୟମର
ସେମାନଙ୍କ କର୍ଯ୍ୟାରେ ସହାୟକ ହେବ ବୋଲି ମିଶନ ଶକ୍ତି ମହିଳା ମାନେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ