Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପତ୍ରକାର ଏକତା ସଂଘ ତରଫରୁ ଓଡ଼ିଶା ଓ ଛତତିଶଗଡ଼ର ପଦାଧିକାରୀ ଙ୍କ ନିଯୁକ୍ତି

କଳାହାଣ୍ଡି, ୧୪/୧୦ (ଜଗନ୍ନାଥ ନାଏକ) : ପ୍ରତକାର ଏକତା ସଂଘ ତରଫରୁ ଅନ୍ତଃଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ସଂସ୍ଥାପକ ଜୁନେଦ ସାନୀ, ରାଷ୍ଟ୍ରୀୟ ସଭାପତି କେ.ଡି. ସିଂହ, ରାଷ୍ଟ୍ରୀୟ ସଚିବ ଡିପି ଗୁପ୍ତା (ଆଇନଜୀବୀ) ଦ୍ୱାରା ଦେଶରେ ବିଭିନ୍ନ ପଦବୀ ପାଇଁ ପଦାଧିକାରୀଙ୍କୁ ନିଯୁକ୍ତି କରାଗଲା । ସଭାରେ ବିଭିନ୍ନ ରାଜ୍ୟର ସାମ୍ବାଦିକ ମାନେ ଯୋଗଦେଇ ବିଭିନ୍ନ ସମସ୍ୟାର ଆଲୋଚନା କରାଯାଇ ତାର ପ୍ରତିକାର ପାଇଁ ପଦକ୍ଷେପ ନିଆଯାଇଥିଲା। ତା ସହିତ ପ୍ରଦେଶ ଅଧ୍ୟକ୍ଷ ମାନଙ୍କୁ ମନୋନୀତ କରାଗଲା। ଓଡ଼ିଶାର ଶ୍ରୀଯୁକ୍ତ ଜଗନ୍ନାଥ ନାଏକଙ୍କୁ କଳାହାଣ୍ଡି ଜିଲ୍ଲା ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ଛତିଶଗଡ଼ରୁ ବର୍ଣିତା ରାଧେଶ୍ୟାମ ସିନ୍ଦୁରିୟା ଙ୍କୁ ମହିଳା ପ୍ରଦେଶ ସଚିବ,
ଶ୍ରୀଯୁକ୍ତ ଯୁବରାଜ ସେନ୍ଦ୍ରେଙ୍କୁ ଛତିଶଗଡ଼ ପ୍ରଦେଶ ସଂଗଠନ ମନ୍ତ୍ରୀ ଭାବରେ ନିଯୁକ୍ତି କରାଗଲା । ଜନପଦ
ରାୟପୁର ଜିଲ୍ଲା ଅଧ୍ୟକ୍ଷ ଥିବା ଅଖିଳେଶ ତିବାରୀଙ୍କୁ ପ୍ରଦେଶ ମହାମନ୍ତ୍ରୀ ଭାବରେ ନିଯୁକ୍ତି କରାଗଲା। ସେହିପରି ଜିଲ୍ଲା ମିଡ଼ିଆ ପ୍ରଭାରୀ ପୂଜା ଶୁକ୍ଲାଙ୍କୁ ଜନପଦ ରାୟପୁର, ଛତିଶଗଡ଼ଙ୍କୁ ଜିଲ୍ଲା ସଭାପତି ଭାବରେ ମନୋନୀତ କରାଗଲା ।