କଳାହାଣ୍ଡି,୧୪/୧୦-କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ସବୁଦିନିଆ ରାସ୍ତା ଓ ପୋଲ ନଥିବାରୁ ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛନ୍ତି ରୋଗୀ l ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲଝାପୀ ପଞ୍ଚାୟତ ଖମନପଡା ଗାଁରେ l ଚନ୍ଦ୍ରିକା ଗଉଡ଼ ନାମ୍ନୀ ଜଣେ ବୃଦ୍ଧା ଆଜି ଅପରାହ୍ନରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ l ତାଙ୍କୁ ଡାକ୍ତରଖାନାକୁ ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଲେ କିନ୍ତୁ ଖମନପଡା ଗାଁକୁ ସବୁଦିନିଆ ରାସ୍ତା ନଥିବାବେଳେ ବାଲିଯୋର ନଦୀରେ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରିନଥିଲା l ଫଳରେ ବାଧ୍ୟ ହୋଇ ପରିବାର ଲୋକେ ଖଟିଆରେ ବୋହି ଚନ୍ଦ୍ରିକାଙ୍କୁ ବାଲିଯୋର ନଦୀ ପାର କରିବା ସହ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଅଟକି ରହିଥିବା ଆମ୍ବୁଲାନ୍ସ ନିକଟକୁ ଆଣି ସେଠାରୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ସେଠାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡ଼ିଛି l