Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଲୁଣୀ କହୁଛି ଛୁଞ୍ଚି ଲୋ,ଏଭଳି କହି ରୋହିତଙ୍କୁ କଟାକ୍ଷ କଲେ ଦେବେନ୍ଦ୍ର

ସମ୍ବଲପୁର: ଗତ ରବିବାର ଦିନ ସମ୍ବଲପୁରରେ ବିଜେଡ଼ିର ଏକ ଦଳୀୟ କାର୍ଯ୍ୟକ୍ରମରେ ରେଢାଖୋଲ ବିଧାୟକ ତଥା ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ଇଂ.ରୋହିତ ପୂଜାରୀ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ନେଇ ଦେଇଥିବା ମନ୍ତବ୍ୟରେ ବର୍ତ୍ତମାନ୍ ଜିଲ୍ଲା ରାଜନୀତି ସରଗରମ ହୋଇଛି ।ଜଣେ ପରେ ଜଣଙ୍କ ପ୍ରତିକ୍ରିୟା େବେ ବୁମେରାଂ ହୋଇଛି ରୋହୀତଙ୍କୁ।ରୋହୀତଙ୍କ ବକ୍ତବ୍ୟକୁ ନେଇ ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ମିଶ୍ର ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଆଜି ବିଜେପି ରେଢାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ଜରିଆରେ ଦେଇଥିବା ପ୍ରେସ ବିବୃତି ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର କହିଛନ୍ତି ଯେ,ଇଂ.ପୁଜାରୀ ନିଜ ଦଳର ସୁପ୍ରିମୋଙ୍କୁ ଖୁସ୍ କରିବା ଉଦ୍ଦେଶ୍ୟରେ ଜୟ ନାରାୟଣ ମିଶ୍ର ଙ୍କୁ ଟାର୍ଗେଟ କଲା ସମୟ ରେ ଭୁଲି ଯାଉଛନ୍ତି ଯେ ଦୀର୍ଘ ୨୩ ବର୍ଷ ହେଲା ତାଙ୍କ ଦଳ ରାଜ୍ୟ ରେ ଶାସନ ଗାଦି ରେ ବସିଛି ।ସେ ନିଜେ ମଧ୍ୟ ରାଜ୍ୟ ସରକାର ରେ ମନ୍ତ୍ରୀ ରହି ଅପାରଗ ମନ୍ତ୍ରୀ ନାମରେ ତଡା ଖାଇଛନ୍ତି । ସେ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଥିଲା ବେଳେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ହେବା ପରିସ୍ଥିତି ରେ ପହଞ୍ଚିଲା।ଏକ ସମୟରେ ଘୋଷଣା ହୋଇଥିବା ଆଇ.ଆଇ.ଏମ୍ ଆଜି ନିଜସ୍ଵ କୋଠା ନିର୍ମାଣ କରି ସର୍ବ ଭାରତୀୟ ସ୍ତରରେ ରେ ନିଜର ଖ୍ୟାତି ଅର୍ଜନ କରିଥିବା ସମୟ ରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ହେବା କୁ ବସିଲାଣି ।ବିକାଶ ପ୍ରସଙ୍ଗରେ ମନ୍ତବ୍ୟ ଦେବା ପୂର୍ବରୁ ସେ ତର୍ଜମା କରିବା ଉଚିତ୍ ଯେ, ରେଢ଼ାଖୋଲର ବିଧାୟକ ଭାବରେ ସେ ରେଢାଖୋଲର ସେ କି ଉନ୍ନତି କରିଛନ୍ତି?। ଦୀର୍ଘ ୨୦ ବର୍ଷ ପୂର୍ବରୁ ରେଢ଼ାଖୋଲବସୀଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଓ ୧୦ବର୍ଷ ପୂର୍ବରୁ ସମସ୍ତ ପଞ୍ଚାୟତରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ତାଙ୍କ ଦଳ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ, ଦୀର୍ଘ ୧୦ ବର୍ଷ କାଳ ବିଧାୟକ ରହିଲା ପରେ ମଧ୍ୟ ସେ ପ୍ରତିଶ୍ରୁତି ପାଳନ କରି ପାରିଲେ ନାହିଁ । ଆଜି ମଧ୍ୟ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଅନେକଗୁଡ଼ିଏ ପଞ୍ଚାୟତ ଅଛି ଯେଉଁଠିକାର ଲୋକେ ବର୍ଷା ଦିନ ଦୁଇ ତିନି ମାସ ଧରି ଜଳବନ୍ଦୀ ହୋଇ ରୁହନ୍ତି ଓ ନିଜ ନିର୍ମିତ କାଠ ପୋଲ ରେ ଯିବା ଆସିବା କରନ୍ତି ।ରାଜ୍ୟ ରେ ବିଧାୟକ ପାଣ୍ଠିର ପ୍ରକଳ୍ପକୁ ମିଥ୍ୟା ବିଲ୍ କରି ଅର୍ଥର ହରିଲୁଟ କରିବା ଓ ଧରା ପଡ଼ିଲା ପରେ ସରକାରୀ ଟ୍ରେଜେରି କୁଫେରସ୍ତ କରିବା ଭଳି ଦୁର୍ନୀତି ଘଟଣାରେ ସେ ହେବା ଏକ ବିରଳ ଉଦାହରଣ।ତାଙ୍କ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଆଜି ରେଢାଖୋଲ ଅଞ୍ଚଳର ଅବନତି ଓ ସମସ୍ତ ଅସୁବିଧା ପାଇଁ ସ୍ଥାନୀୟ ବିଧାୟକଙ୍କ ଅପାରଗତା କୁ ଦାୟୀ କରିଛନ୍ତି । ଶାସକ ଦଳର ବିଧାୟକ, ସରକାରୀ ମୁଖ୍ୟ ସଚେତକ ତଥା ମନ୍ତ୍ରୀ ଥାଇ ମଧ୍ୟ ଇଂ. ପୁଜାରୀ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ, ପାନୀୟ ଜଳ ଯୋଗାଣ ଭଳି ସାଧାରଣ ମୌଳିକ ସମସ୍ୟାର ସମାଧାନ ମଧ୍ଯ କରି ପାରିଲେ ନାହିଁ । ତେଣୁ ଅନ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ପୁର୍ବରୁ ଥରେ ଜାଣି ରଖନ୍ତୁ ଯେ ତିନୋଟି ଆଙ୍ଗୁଳି ତାଙ୍କ ଆଡେ ନିର୍ଦ୍ଦେଶିତ ହେଉଛି ଏଭଳି କଟାକ୍ଷ କରି ଦେବେନ୍ଦ୍ର ଇଂ.ରୋହୀତଙ୍କୁ କହିଛନ୍ତି ଚାଲୁଣି କହୁଛି ଛୁଞ୍ଚିକୁ..।ଆଗକୁ ଦେଖିବା ଅଛି ବିଜେପି ବିଜେଡି ଭିତରେ ଚାଲିଥିବା ଏଭଳି ଆକ୍ଷେପ ପ୍ରତି ଆକ୍ଷେପକୁ ନେଇ ଦଳ ହାଇକମାଣ୍ଡ କାହାକୁ ତାଗିଦ୍ କରୁଛନ୍ତି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ