Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୈତାନ୍ ହୋଇଗଲା ନାତି ବାଡ଼ି ରେ ପିଟି ମାରିଦେଲେ ଆଇକୁ।

ହାଟଡ଼ିହି ବ୍ଲକ ସୋସୋ ଥାନା ସରଳା ପଶି ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ କାଣ୍ଡ, ଆଈ କୁ ପିଟି ପିଟି ମାରିଦେଲା ସମ୍ପର୍କୀୟ ନାତି । ଘଟଣାଟି ଘଟିଛି ମଙ୍ଗଳ ବାର ବିଳମ୍ବିତ ରାତିରେ। ରାତି ସାଢ଼େ ଏଗାରଟା ବେଳେ କୌଣସି କାରଣ କୁ ନେଇ ଗ୍ରାମର ଅଭି ମୁଣ୍ଡା ସେହି ଗ୍ରାମର ସଂପର୍କୀୟ ମାମୁ କାଳିଆ ମୁଣ୍ଡା ଘରକୁ ଯାଇ ସ୍ୱାମୀ ସ୍ତ୍ରୀ ଙ୍କୁ ଏକ ବାଡ଼ିରେ ପିଟିଥିଲା। ଏହା ଦେଖି ଆଇ ମିନି ମୁଣ୍ଡା ଆସି ନାତି କୁ ବାରଣ କରିବାକୁ ଯିବାରୁ ନାତି ଅଭି ମୁଣ୍ଡା ଉତେକ୍ତ ହୋଇ ଆଇ କୁ କାଠ ଫାଳିଆ ରେ ଶକ୍ତ ପାହାର ଦେବା ଫଳରେ ଆଇ ଅଚେତ୍ ହୋଇ ପଡ଼ିଥିଲା ପରେ ଆଇ ଅଚେତ୍ ହୋଇଯିବା ପରେ ତାଙ୍କୁ ପାଖ ନାଳ ରେ ବୁଡାଇ ଦେବା ସହ ଆଣି ଘର ଭିତରେ ପକାଇ ଦେଇଥିଲା। । ଆଜି ସକାଳୁ ଆଇ ମିନି ମୁଣ୍ଡା ଗତ କାଲି ଅଚେତ୍ବ ହୋଇଥିବା ଜାଣି ନିଜେ ଅଭିଯୁକ୍ତ ଆସିଦେଖି ଥିଲା। ପରେ ଅନ୍ୟ ଲୋକ ମାନେ ଆସି ଦେଖିବା ପରେ ମିନତି ମୁଣ୍ଡା ବା ସମ୍ପର୍କୀୟ ଆଇ ମୃତ୍ୟୁ ବରଣ କରିଥିବା ଜାଣିବାକୁ ପାଇଲେ। ଏହା ପରେ ଗ୍ରାମ ର ଉତ୍ୟେକ୍ତ ଲୋକେ ନାତି ଅଭି ମୁଣ୍ଡାକୁ ଏକ ଗଛରେ ବାନ୍ଧି ଦେବା ସହ ପୁଲିସ କୁ ଖବର ଦେଇଥିଲେ।
ପରେ ସୋସ ପୁଲିସ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରିବା ସହ ସବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ