Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଆରଇଏଲରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କୁ ପରିବାରକୁ ନିଯୁକ୍ତି ଦିଆଯାଉ : ଏଚ୍‌‍ଏମ୍‌‍ଏସ୍‌‍

ବ୍ରହ୍ମପୁର: ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଭାରତୀୟ ବିରଳ ମୃତ୍ତିକା (ଆଇଆରଇଏଲ) କମ୍ପାନୀର କର୍ମଚାରୀଙ୍କ ମୃତୁ୍ୟ ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବାରେ ଅହେତୁକ ବିଳମ୍ୱ ଯୋଗୁଁ ମୃତକ ପରିବାର ସଦସ୍ୟମାନେ ଗତ ୧୭ ତାରିଖରୁ ପୁଣି ଆଇଆରଇଏଲ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି।
ଏଠାରେ ଉଲ୍ଲେଖ କରାଯାଇପାରେ ପୂର୍ବରୁ ଆଇଆରଇଏଲରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ପୂର୍ବରୁ ନିଯୁକ୍ତି ଦେବାର ବ୍ୟବସ୍ଥା ଥିଲା। କିନ୍ତୁ ୨୦୧୨ ମସିହାରୁ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଇତିମଧ୍ୟମରେ ମୃତୁ୍ୟବରଣ କରିଥିବା ପ୍ରାୟ ୪୦ ଜଣ କର୍ମଚାରୀଙ୍କୁ ପରିବାର ଥଇଥାନ କରାଯାଇନାହିଁ । ଦୁର୍ଭାଗ୍ୟର ବିଷୟ ତିନିଦିନ ଧରି ଧାରଣା ଚାଲୁ ରହିଥିଲେ ମଧ୍ୟ ଆରଇଆରଇଏଲ କର୍ତ୍ତୁପକ୍ଷ କିମ୍ୱା ଜିଲା ପ୍ରଶାସନ ଧାରଣାରତ ସଦସ୍ୟଙ୍କ ସହ ଆଲୋଚନା କରିନଥିବା ଉଦବେଗର ବିଷୟ । ପୂର୍ବ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦାବିରେ ଆଇଆରଇଏଲ ଅଧ୍ୟକ୍ଷ ଓ ସ୍ଥାନୀୟ ଅଧିକାରୀଙ୍କୁ ହିନ୍ଦ୍‌‍ ମଜଦୁର ସଭା (ଏଚ୍‌‍ଏମଏସଽ ରାଜ୍ୟ ଉପସଭାପତି ରବି ରଥ ଅବଗତ କରାଇବା ସହିତ ଆନ୍ଦୋଳନକୁ ହିନ୍ଦ୍‌‍ ମଜଦୁର ସଭା ପକ୍ଷରୁ ସମର୍ଥନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ