Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ତିମ ପର୍ଯ୍ୟାୟରେ ଦୁର୍ଗାପୂଜା କାର୍ଯ୍ୟକ୍ରମ ଆସନ୍ତା କାଲି ବିଲ୍ଵ ଆମନ୍ତ୍ରଣ।

ଗତ୧୫ ବର୍ଷ ହେଲା ଗୁଡାରି ଟାଉନ୍ ଦୁର୍ଗା ପୂଜା କମିଟି ତରଫରୁ ମହା ଆଡମ୍ବରରେ ଦୁର୍ଗା ପୂଜା ପାଳନ କରି ଆସୁଥିବାବେଳେ ଏହି ବର୍ଷ ମଧ୍ୟ ମାଙ୍କ ପୂଜା କାର୍ଯ୍ୟକ୍ରମ ଯୁଦ୍ଧ କାଳୀନ ଭିତ୍ତିରେ ସାଜ ସଜ୍ଜାରେ ଚାଲିଛି। ଗୁଡାରି ସହର ରଙ୍ଗ ତୋରଣରେ ସଜେଇ ହୋଇ ମାଙ୍କ ଆଗମଙ୍କୁ ଅନେଇ ବସିଛି।ଦଶଭୁଜା ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ମନଲୋଭା ଆଲୋକର ତୋରଣ ସହରର ଜନ ସାଧାରଣଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରଟି ବର୍ଷ ଭଳି ଏହି ବର୍ଷ ମଧ୍ୟ ତିନିଦିନ ଧରି ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଥମ ରାଜନୀରେ ବୁଗିଉଗି ଦ୍ୱିତୀୟ ରଜନୀରେ ସୁଭମ ଅକ୍ରେଟ୍ରା ସିନେ କଳାକାର ରବି କୁମାରଙ୍କ କାର୍ଯ୍ୟକ୍ରମ ଆଉ ତୃତୀୟ ରଜନୀରେ ଗିତ୍ ମିଳନ ମେଲୋଡିରେ (କଟକ) ଆସୁଛନ୍ତି ଓଡ଼ିଶାର ଆଗ ଧାଡ଼ିର ସିନେ କଣ୍ଠଶିଳ୍ପୀ ଦିପ୍ତିରେଖା ପାଢି । ପୂଜା କମିଟି ସଭାପତି ସନ୍ତୋଷ ମହାନ୍ତି କହିଛନ୍ତି ଷଷ୍ଠି ଠାରୁ ମା’ଙ୍କ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦଶମିରେ ମାଙ୍କ ପୂର୍ଣ୍ଣ ଆହୁତି ସମାପନ ହେବ ବୋଲି କହିଛନ୍ତି। ସମ୍ପାଦକ କେଦାର ସାହୁ କହିଛନ୍ତି ଗୁଡାରୀ ଜନ ସାଧାରଣ ତଥା କମିଟି ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗରେ ଦୁର୍ଗା ପୂଜା ପାଳନ କରି ଆସୁଛୁ ବୋଲି କହିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା କରି ମାଙ୍କ ଦର୍ଶନ କରିବା ପାଇଁ ଅନୁରୋଧ କରିଛନ୍ତି। ଗୁଡାରୀ ଥାନାଧିକାରି ଶ୍ରୀମତି ସମର୍ପିତା ସ୍ଵାଇଁ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ଗୁଡାରୀ ଯୁବଗୋଷ୍ଠି ମାଙ୍କ ପୂଜାରେ ସମ୍ପୁର୍ଣ୍ଣ ସହଯୋଗ କରିବାର ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ