Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସବୁଠି ପୂଜା ପାଇଲେ ମାଁ

ଦେବଗଡ଼:ସହରର ଠାରୁ ଆରମ୍ଭ କରି ଗ୍ରାମାଚଂଳ ସବୁଆଡେ ମେଢରେ ପୂଜା ପାଇଲେ ମାଁ । ଚଳିତ ବର୍ଷ ପୂଜାକୁ ଆକର୍ଷଣ କରିବା ପାଇଁ ପୁଜା କମିଟୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶାରଦୀୟ ଦୁର୍ଗା ପୂଜା ଅବସରରେ ସହରର ମୁଖ୍ୟ ବଜାର, ଏନଏଚ ଷ୍ଟୋରସ୍ଥିତ ଫ୍ରେଣ୍ଡସ୍ କ୍ଲବ ,ପ୍ରଧାନପାଟରୋଡ ସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟି, ଖପରସାହିସ୍ଥିତ ଜୟଦୁର୍ଗା କ୍ଲବ , ମଠସାହି ସ୍ଥିତ ମନୋରମା କ୍ଲବ ଏବଂ ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମର ଜାଗୃତି କ୍ଲବ ପକ୍ଷରୁ ଦୁର୍ଗାପୂଜା ଆୟୋଜନ କରାଯାଉଛି । ସୁନ୍ଦର ସାଜସଜ୍ଜା ସହିତ ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ । ପୌରାଚଂଳର ଏନଏଚ ଷ୍ଟୋରସ୍ଥିତ ଫ୍ରେଣ୍ଡସ୍ କ୍ଲବର ପୂଜା ଚଳିତ ବର୍ଷ ୨୫ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ପୂଜା କମିଟୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ ଚଳିତ ବର୍ଷ ଅନୁଷ୍ଠିତ ପୂଜାରେ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ,ଭଜନ ସଂଧ୍ୟା ଦଶହରା ଖେଳ, ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟୀ ପକ୍ଷରୁ ସୂଚନା ଦିଆଯାଇଛି ।କାର୍ଯ୍ୟକ୍ରମ ପରିଚାଳନାରେ କମିଟୀର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ପ୍ରଧାନପାଟରୋଡ ସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟି ପକ୍ଷରୁ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି । ଖପରସାହିସ୍ଥିତ ଜୟଦୁର୍ଗା କ୍ଲବ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବ । ଏହାସହିତ କଲେଜ ରୋଡସ୍ଥିତ ଶନିମନ୍ଦିର , ପ୍ରଧାନପାଟସ୍ଥିତ ମା ପ୍ରଧାନପାଟେଶ୍ୱରୀ , ସାଇମନ୍ଦିରସ୍ଥିତ ଦୁର୍ଗା ମନ୍ଦିର, ଜଗନ୍ନାଥ ମନ୍ଦିର ପରିସର ଥିବା କାଳୀ ମନ୍ଦିର, ବଣିଆଁ ସାହିସ୍ଥିତ ଶନି ମନ୍ଦିର ଏବଂ ଚିକିଣି ଘାଟି ସ୍ଥିତ ଦୁର୍ଗା ମନ୍ଦିରଠାରେ ଦୁର୍ଗାପୂଜା ସହିତ ନବରାତ୍ରପୂଜା ଅନୁଷ୍ଠିତ ହେଉଛି ।