Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂଜକଙ୍କୁ ବାହାରୁ ତାଲା ଠୁଙ୍କି ମଙ୍ଗଳା ମନ୍ଦିର ହୁଣ୍ଡି ଚୋରି, ସିସି ଟିଭିରେ କଏଦ

ସମ୍ବଲପୁର: ଧନୁପାଲି ଥାନା ସମ୍ଭୁଖ ଭୁତାପଡା ମା’ ମଙ୍ଗଳାଙ୍କ ମନ୍ଦିର ଦାନ ହୁଣ୍ଡି ସୋମବାର ରାତିରେ ଚୋରି ହୋଇଥିବା ଜଣାଯାଇଛି I ମନ୍ଦିର ପ୍ରବେଶ ଦ୍ୱାରରେ ଥିବା ଦାନ ହୁଣ୍ଡି ଚୋରି ଉଦ୍ୟମ ହୋଇଥିବା ନେଇ ମନ୍ଦିର ପୂଜକ ମହେଶ୍ୱର ପଣ୍ଡା ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି I ଅଭିଯୋଗ ମୁତାବକ ମନ୍ଦିରରେ ଶରତକାଳୀନ ପୂଜା ଚାଲୁ ରହିଥିବା ବେଳେ ଦୀର୍ଘ ୧୭ ବର୍ଷ ଧରି ମନ୍ଦିର କଡରେ ରହି ମନ୍ଦିର ପୂଜା କରି ଆସୁଥିବା ପୂଜକ ମହେଶ୍ୱର ପଣ୍ଡା ପ୍ରତିଦିନ ପରି ରବିବାର ଦିନ ମଧ୍ୟ ରାତି ୧୦ ଟାରେ ମନ୍ଦିର କବାଟ ବନ୍ଦ କରି ତାଲା ମାରିଥିଲେ I ତେବେ ରାତ୍ର ପ୍ରାୟ ୧ ଟା ୩୦ମି. ସମୟରେ ଜୋର ରେ ଶବ୍ଦ ହେବାରୁ ନିଦରୁ ଉଠି ସିସି ଟିଭିରେ ଦେଖିଲା ବେଳକୁ ଜଣେ ଚୋର ମନ୍ଦିର ଭିତରେ ଥିବା ହୁଣ୍ଡି ଧରି ପଳାୟନ କରୁଛି I ତୁରନ୍ତ ଘରୁ ବାହାରି ବାକୁ ଉଦ୍ୟମ କଲା ବେକକୁ ଘର ସାମ୍ନା ପଟ ବନ୍ଦ ଥିବା ଜାଣି ଧନୁପାଲି ଥାନା ପୋଲିସକୁ ଫୋନ ଯୋଗେ ସୂଚନା ଦେବାରୁ ତୁରନ୍ତ ପୋଲିସ ଆସି କବାଟ ଖୋଲି ପୂଜକ ଶ୍ରୀ ପଣ୍ଡା ଙ୍କୁ ଉଦ୍ଧାର କରିବା ସହିତ ମନ୍ଦିର ପଛପଟୁ ଚୋର ନେଇ ଛାଡି ପଳାଇ ଥିବା ହୁଣ୍ଡିକୁ ମଧ୍ୟ ଉଦ୍ଧାର କରିଥିଲେ I ଏହି ସମୟରେ ମନ୍ଦିର ପୂର୍ବ ଦିଗ ଗେଟ ତାଲା ଭଙ୍ଗା ହେବା ସହିତ ଯେହେତୁ ମନ୍ଦିରରେ ଶରତକାଳୀନ ନବମୀ ବିହିତ ପୂଜା ଅନୁଷ୍ଠିତ ହେଉଥିଲା ତେଣୁ ସମସ୍ତ ପୂଜା ସ୍ଥଳୀ ଅସଜଡ଼ା ହୋଇ ପଡିରହିଥିଲା I ଘଟଣା ସମ୍ପର୍କରେ ପୂଜକ ଶ୍ରୀ ପଣ୍ଡାଙ୍କ ଅଭିଯୋଗ କ୍ରମେ ଧନୁପାଲି ଥାନା ପୋଲିସ୍ ପହଞ୍ଚି ଛାନଭିନ୍ନ ଆରମ୍ଭ କରିଛି I ଏହି ମନ୍ଦିରରୁ ଗତ ତା. ୨୩.୧୨.୨୦୨୧ ରେ ମଧ୍ୟ ହୁଣ୍ଡି ଚୋରି ହୋଇ ଲକ୍ଷାଧିକ ଟଙ୍କା ସହ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା I ଏହି ଘଟଣାକୁ ନେଇ ଭୁତାପଡା ମା’ ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ସରୋଜ ସାହୁ, ରସାନନ୍ଦ ବେହେରା, ସାଧବ ପ୍ରଧାନ, ରମାକାନ୍ତ ଜେନା, ପୀତବାସ ବେହେରା, ରାଜ କିଶୋର ନାୟକ ପ୍ରମୁଖ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ତୁରନ୍ତ ଚୋର ମାନଙ୍କୁ ଧରିବାକୁ ଦାବୀ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ