Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଟା ଉତ୍ସବ

ସମ୍ବଲପୁର:ସ୍ଥାନୀୟ ମଣ୍ଡିଲୀୟା ପଡ଼ିଆରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠା,ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ବୁର୍ଲାର ସାମାଜିକ କର୍ମୀ ତ୍ରାହିକର ଦୁଙ୍ଗୁରୀ, ମୁଖ୍ୟା ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସର୍ବ ଭାରତୀୟ କାର୍ଯ୍ଯ କାରି ସଦସ୍ୟ ଭି, ଭାଗେୟା, ସମ୍ମାନିତ ଅତିଥି ଭାବେ ବୁର୍ଲା ଯାନ୍ତ୍ରିକ ବିଶ୍ଵ ବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ପୀୟୁଶ ରଂଜନ ଦାଶ ଓ ପଶ୍ଚିମ ପ୍ରାନ୍ତ ସଂଘ ଚାଳକ ଶ୍ରୀ ବିପିନ ନନ୍ଦ ମଞ୍ଚାଶୀନ ଥିଲେ , ପ୍ରାରମ୍ଭରେ ଭାରତ ମାତା ପୂଜନ କାର୍ଯକ୍ରମ, ଶାରୀରିକ ବ୍ୟାୟାମ ସଂଘର ସ୍ଵୟଂ ସେବକ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା , ଏକକ ସଂଗୀତ ଓ ସାମୁହିକ ଗୀତ ପରିବେଷଣ କରାଯାଇଥିଲା।ସଭାରେ ମୁଖ୍ୟତଃ ହିନ୍ଦୁ ଧର୍ମର ଏକତା ପ୍ରସଙ୍ଗ ରେ ଚର୍ଚ୍ଚା କରାଯାଇଥିଲା।ଦୀର୍ଘ ସାଢେ଼ ଆଠ ହଜାର ବର୍ଷେ ପରେ ମଧ୍ୟ ରାବଣ ମାନେ ମରି ନାହାନ୍ତି,ଆଜି ବି ସେମାନେ, ସମାଜକୁ ପଥ ଭ୍ରଷ୍ଠ କରି ନାନାଦି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ଆମେ ସମସ୍ତେ ହଜାର ହଜାର ଲୋକ ଦଶହରା ପର୍ବ ଏକତ୍ର ପାଳନ କରୁଚୁ, କିନ୍ତୁ ଏକ ତା ଅଭାବରୁ କିଛି ମୁଷ୍ଟିମେୟ ଲୋକ ଆମ ଉପରେ ଆକ୍ରମଣ କରିବାର ସାହାସ କରୁଛନ୍ତି,।ଯାହାକି ଅତ୍ୟନ୍ତ କ୍ଷଭୋର ବିଷୟ,ଖାଲି ଯେ ପର୍ବ ପାଳନ କରିଦେଲେ ହୋଇଗଲା ତାହା ନୁହେଁ, ମହାପୁରୁଷ ମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ପାଇଁ ବଳିଦାନର ସମୟ ଆସିଛି ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ, ସୂଚନା ଯୋଗ୍ୟ ଯେ ବିଜୟା ଦଶମୀ ଦିନ ସାରା ଭାରତ ବର୍ଷ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ପ୍ରତିଷ୍ଟା ଦିବସ ପାଳନ କରାଯାଇଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ