ପାରା ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ପ୍ରମୋଦ, ହଙ୍ଗଝୌରେ ଜିତିଲେ ସ୍ଵର୍ଣ୍ଣ


ଭୁବନେଶ୍ଵର: ଚୀନର ହଙ୍ଗଝୌରେ ଚାଲିଥିବା ପାରା ଏସୀୟ କ୍ରୀଡ଼ାରେ ଓଡ଼ିଶାର ପ୍ରମୋଦ ଭଗତ ଇତିହାସ ରଚି ସ୍ଵର୍ଣ୍ଣ ପଦକ ଜିତି ଦେଶ ଓ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ବ୍ୟାଡମିଣ୍ଟନ ଏକକ ବର୍ଗରେ ବିଶ୍ଵର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଫାଇନାଲରେ ନିଜ ଦେଶର ନୀତେଶ କୁମାରଙ୍କୁ ରୋମାଞ୍ଚକର ମୁକାବିଲାରେ ୨୨-୨୦, ୧୮-୨୧ ଓ ୨୧-୧୯ରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି। ଏହା ସହିତ ପ୍ରମୋଦ ପ୍ରଥମ ଥର ପାରା ଏସୀୟ କ୍ରୀଡ଼ାରେ ଗୋଟିଏ ସ୍ଵର୍ଣ୍ଣ ଓ ଦୁଇଟି କାଂସ୍ୟ ପଦକ ସହ ମୋଟ୍ ତିନୋଟି ପଦକ ଜିତିଛନ୍ତି। ୨୦୧୮ ପାରା ଏସୀୟ କ୍ରୀଡ଼ାରେ ବି ପ୍ରମୋଦ ସ୍ଵର୍ଣ୍ଣ ଜିତିଥିଲେ।

ଏହା ପୂର୍ବରୁ ଗତକାଲି ପ୍ରମୋଦ ଏବଂ ତାଙ୍କ ସାଥୀ ସୁକାନ୍ତ କଦମ ଯୁଗଳ ବର୍ଗରେ ଏସଏଲ-୩, ଏସଏଲ-୪ କାଟାଗୋରୀରେ କାଂସ୍ୟ ପଦକ ଜିତିଥିଲେ। ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆ ଯୋଡ଼ିକୁ ତିନି ସେଟ୍ ବିଶିଷ୍ଟ ଖେଳରେ ପରାସ୍ତ କରିଥିଲେ। ସେହିପରି ବୁଧବାର ପ୍ରମୋଦ ଭଗତ ଓ ମନିସା ରାମଦାସ ମିଶ୍ରିତ ଯୁଗଳ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ସେମିରେ ଇଣ୍ଡୋନେସିଆର ଯୋଡ଼ି ଲିଏନି ରାତ୍ରି ଓ ହିକମତ ରାମଦାନୀଙ୍କଠୁ ଏହି ଭାରତୀୟ ଯୋଡ଼ି ୨-୦ରେ ହାରି କାଂସ୍ୟ ପଦରେ ସନ୍ତୁଷ୍ଟ ହୋଇଛନ୍ତି।