Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଟଡିହି ର ବିଭିନ୍ନ ଅଞ୍ଚଳ ରେ ଧୁମ୍ ଧାମରେ ଲକ୍ଷ୍ମୀ ପୂଜା ପାଳିତ।

ହାଟଡିହି କେନ୍ଦୁଝର ଜିଲ୍ଲାର ମୁଖ୍ୟ ପୂଜା ମାନଙ୍କ ମଧ୍ୟରେ ଲକ୍ଷ୍ମୀ ପୂଜା ଖୁବ୍ ଧୁମ୍ ଧାମରେ ପାଳିତ ହେଉଥିବା ଦେଖିବାକୁ ମିଳୁଛି।ଯାହାକି ଉକ୍ତ ଅଞ୍ଚଳ ରେ ମା ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା ସାତ ଦିନ ଧରି ଅନୁଷ୍ଠିତ ହେଉଥାଏ। ମୁଖ୍ୟ ଅନୁଷ୍ଠାନ ମାନଙ୍କ ମଧ୍ୟ ରେ ଜଳକଳଙ୍ଗ, ହାଟଡିହି, ଅଣା ଛକ, ବଉଳା ରୋଡ, ଶାସଂଗ ଛକ ରେ ଖୁବ୍ ଧୁମ୍ ଧାମରେ ମା ଲକ୍ଷ୍ମୀ ଙ୍କ ପୂଜା ସାଙ୍ଗକୁ ଆକର୍ଷଣୀୟ ତୋରଣ ମାଳା ରେ ବଜାର ଗୁଡ଼ିକ ଗହଳି ପରିଲକ୍ଷିତ ହେଉଥାଏ। ଏହି ପୂଜା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମୀନା ବଜାର , ଦୋଳି, ଓ ଚଟ ପଟି ଖାଦ୍ୟ ଲୋକ ଙ୍କୁ ବେଶ୍ ଆକର୍ଷିତ କରିଥାଏ। ଜଳକଳଙ୍ଗ ପୂଜା କମିଟିକୁ ଦୀର୍ଘ ୪୭ବର୍ଷ ଧରି ,ଚଳାଇ ଆସୁଥିବା କମିଟି ସଭ୍ୟ ମାନଙ୍କ ମଧ୍ୟରେ ସଦାଶିବ ଚକ୍ର, କାମପାଳ ନାୟକ, ବୁଦ୍ଧଦେବ ଜେନା, ଜଗନ୍ନାଥ ନାୟକ , ମନୋଜ ପାତ୍ର, ନଟବର ସା, ସନାତନ ଜେନା, ଉପେନ୍ଦ୍ର ସେଠୀ, ରୁଦ୍ରନାରାୟଣ ଜେନା, ପଙ୍କଜ କୁମାର ଜେନା , ସନ୍ନ୍ୟାସ ମାଝୀ, ସୁଶାନ୍ତ କୁମାର ନାୟକ, କଳ୍ପତରୁ ସେଠୀ, ଗୁରୁ ପ୍ରସାଦ ଜେନା, ରହି ଏହି ଅନୁଷ୍ଠାନ କୁ ଆଗକୁ ବଢ଼ାଇବା ରେ ସହଯୋଗ କରୁଛନ୍ତି। ସେହିପରି ଅନ୍ୟ କମିଟି ମାନଙ୍କ ପକ୍ଷରୁ ଚନ୍ଦ୍ର ଗ୍ରହଣ ପାଇଁ ଦିନ ତିନିଟା ପୂର୍ବରୁ ପୂଜା ଅର୍ଚ୍ଚନା ଶେଷ କରା ଯାଇ ପହଡ଼ ପକା ଯାଇ ଥିଲା।