Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଳ ପକ୍ଷରୁ ରକ୍ତଦାନ ଶିବିର,୩୦୨ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର:ଗତକାଲି ସମ୍ବଲ ପରିବାର ଦ୍ଵାରା ଆୟୋଜନ କରାଯାଇଥିବା ରକ୍ତଦାନ ଶିବିରରେ ୩୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଏହି ଶିବିରକୁ ମିଳିତ ଭାବରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଏବଂ ରେଡ଼କ୍ରସ ସମ୍ପାଦକ ଜୟ ଜର୍ଜ ଉଦଘାଟନ କରିଥିବାବେଳେ ସମ୍ବଲର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ lସ୍ୱତ୍ତପ୍ରବୃତ ଭାବେ ବହୁ ରକ୍ତଦାତା ଶିବିରକୁ ଆସି ରକ୍ତଦାନ କରିଥିଲେ।ଏହି ଶିବିରକୁ ସଫଳ କରିବା ରେ ସହଯୋଗ କରିଥିବା ବିଭିନ୍ନ ଅନୁଷ୍ଠାନ, ଉଭୟ ବୁର୍ଲା ଏବଂ ସମ୍ବଲପୁର ରକ୍ତଭଣ୍ଡାରର କର୍ମଚାରୀ ଏବଂ ଲୋକସେବକ ମଣ୍ଡଳ ସମ୍ବଲପୁର ଶାଖାକୁ ସମ୍ବଲ ପରିବାର ତରଫରୁ ଧନ୍ୟବାଦ ଦିଆଯାଇଛି।