Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁରୋଗ ବିଶେଷଜ୍ଞଙ୍କୁ ଗୁଣୁପୁର ଡେପୁଟେସନକୁ ନେଇ ଗୁଡାରି ଜନସାଧାରଣ ଅଶାନ୍ତି।

ଗୁଡାରୀ ପାଇଁ ଏକ ସୌଭାଗ୍ୟର କଥା ଦେଶସ୍ୱାଧୀନର ଦୀର୍ଘ ବର୍ଷ ପରେ ଗୁଡାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଟିଏ ଶିଶୁ ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇ ଥିଲା ଏହା ଆମ ରାଜ୍ୟ ସରକାରଙ୍କ ସୁଭାଶିର୍ବାଦ ବୋଲି ଗୁଡାରୀ ମାଟି ନିଜକୁ ସୌଭାଗ୍ୟ ମୋନେକରୁଛି।କିନ୍ତୁ ପରିତାପର ବିଷୟ ଡାକ୍ତର ମହାଶୟ ଅଳ୍ପ କିଛିଦିନ ଏଠାରେ କାର୍ଯ୍ୟ କରିଛନ୍ତିକି ନାହିଁ ସେହି ଡାକ୍ତରଙ୍କୁ ସପ୍ତାହରେ ଦୁଇ ଦିନ ଗୁଣୁପୁର ମେଡିକାଲକୁ ଡେପୁଟେସନ କରାଯାଇଛି । ଏହାଗୁଡାରି ଲୋକଙ୍କ ଦୁର୍ଭାଗ୍ୟ କହିବ ନା କୌଣସି ରାଜନେତାଙ୍କ ଗୁଡାରି ପ୍ରତି ବୈମାତୃକ ମନୋଭାବ ବଲି କହିବ? ଡାକ୍ତରଙ୍କ
ଡେପୁଟେସନ ଖବର ଶୁଣିବା ପରେ ଗୁଡାରି ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଖେଳିଯାଇଛି । ଗୁଡାରୀ ପ୍ରତି ପ୍ରଶାସନିକ ହେଉକି ରାଜନୈତିକ ରେ ହେଉ ସବୁ କ୍ଷେତ୍ରରେ ଏତେ ବୈମାତୃକ ମୋନଭାବ କାହିଁକି ଆସୁଛି ? ଯଦି ଶିଶୁ ବିଶେଷଜ୍ଞଙ୍କୁ ଦୁଇ ଦିନ ପାଇଁ ଗୁଣୁପୁର ପଠାଇ ଦିଆଯାଇପାରୁଛି, ତୋ ଗୁଣୁପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ମେଡ଼ିସିନ ବିଶେଷଜ୍ଞଙ୍କୁ ଗୁଡାରୀ ମେଡିକାଲକୁ ଡେପୁଟେସନ କରାଯାଉ ବୋଲି ସାଧାରଣରେ ଦାବୀ ହୋଇଛି। ଚନ୍ଦ୍ରପୁର ବ୍ଳକ ପଦ୍ମପୁର ବ୍ଲକର କେତେକ ଅଞ୍ଚଳ ଲୋକ ଗୁଡାରୀ ମେଡିକାଲ ଉପରେ ନିର୍ଭର କରିଥାନ୍ତି, ଫଳରେ ଜନ ସାଧାରଣ ସମସ୍ତ ସୁବିଧା ପାଇପାରିଥାନ୍ତେ।ଏଣୁ ଶିଶୁ ବିଶେଷଜ୍ଞଙ୍କ ଡେପୁଟେସନକୁ ବାତିଲ କରାଯାଉ ଆଉ ଦୁଇଟି ଡାକ୍ତରଙ୍କୁ ଗୁଡାରି ଡେପୁଟେସନ କରାଯାଉ ବୋଲି ସାଧାରଣରେ ଦାବୀ ହୋଇଛି। ଗୁଡାରୀ ତଥା ଆଖ ପାଖ ଅଞ୍ଚଳ ବାସୀଙ୍କ ବହୁତ ଭଲ ପଦକ୍ଷେପ ହେବବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ