ଖାଲି ରହିବ ବିଧାନସଭା ଉପ ବାଚସ୍ପତି ପଦ !

ଭୁବନେଶ୍ବର: ଇତି ମଧ୍ୟରେ ଓଡିଶା ବିଧାନସଭା ପରିଷଦର ଉପ ବାଚସ୍ପତି ପଦବୀ ଖାଲି ପଡିଛି। ଗତ କାଲି ନିଜ ପଦବୀରୁ ରଜନୀକାନ୍ତ ସିଂ ଇସ୍ତଫା ଦେଇଛନ୍ତି । ରଜନୀକାନ୍ତ ଉପ ବାଚସ୍ପତି ହେବା ପରଠୁ ଅନଗୁଲ ଜିଲ୍ଲାରେ ବିଜୁ ଜନତା ଦଳର ସାଂଗଠନିକ ଶକ୍ତି ହ୍ରାସ ପାଇବା ସଙ୍ଗେ ସଙ୍ଗେ ଭାରତୀୟ ଜନତା ପାର୍ଟିର ମୁଣ୍ଡ ଟେକୁଥିଲା । ଏହାକୁ ପ୍ରତିହତ କରିବା ପାଇଁ ରଜନୀକାନ୍ତଙ୍କୁ ଉପ ବାଚସ୍ପତି ପଦରୁ ଦଳ ଇସ୍ତଫା ଦେବାକୁ କହି ବର୍ତ୍ତମାନ ସାଂଗଠନିକ କାର୍ଯ୍ୟ ଦେବାକୁ ମନସ୍ତ କରିଛି । ବାଚସ୍ପତି ଓ ଉପ ବାଚସ୍ପତି ଭଳି ପଦ ଦଳିୟ ସଂଗଠନ ଠାରୁ ଏକ ପ୍ରକାର ବାଧ୍ୟବାଧୟକତାରେ ପଡୁଥିବାରୁ ଅନଗୁଳ ଭଳି ଶିଲ୍ପାଞ୍ଚଳକୁ ବିଜେଡି ନିଜ ଆୟତ୍ତରେ ରଖିବାକୁ ଶେଷ ମୁହୂର୍ତ୍ତରେ ଏଭଳି ନିଷ୍ପତ୍ତି ନେଇ ରଜନୀକାନ୍ତଙ୍କୁ ଇସ୍ତଫା ଦେବାକୁ କହିଥିଲା । ଦଳର ନିଷ୍ପତ୍ତି ନେଇ ରଜନୀକାନ ଇସ୍ତଫା ଦେଇଥିଲେ ମଧ୍ୟ ଏହି ପଦଯେ ପୂରଣ ହେବ ଏହି ଆଶା ଆଉ ନାହିଁ । କେହିବି ଅଳ୍ପ ଦିନ ପାଇଁ ଏହି ପଦବୀରେ ରହିବାକୁ ଆଗ୍ରହ ପ୍ରକାଶ କରିବେ ଏ ଆଶା ଦେଖା ଯାଉନି ।ପୁଣି ଯଦିବି କିଏ ଏହି ପଦବିରେ ପୁନଃ ଅବସ୍ଥାପିତ ହୁଅନ୍ତି ତେବେ ତାଙ୍କ ବିଧାୟକ ହେବା ଆଶା ମଉଳି ଯିବାର ଆଶଙ୍କା ଓ ଭୟ ଥିବାରୁ ଦଳ ମଧ୍ୟ ଏଭଳି ଆଶଙ୍କା ଅବା ଦ୍ୱନ୍ଦ ପରିସ୍ଥିତି ସୃଷ୍ଟି କରିବାକୁ ଚାହିଁନପାରେ । ତେଣୁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶା ବିଧାନସଭାରେ ଉପ ବାଚସ୍ପତି ପଦ ଖାଲି ପଡିବା ସୁନିଶ୍ଚିତ ମନେ କରାଯାଉଛି ! ସେପଟେ ଇଂ ରୋହୀତ ପୂଝାରୀଙ୍କୁ ଉଚ୍ଚ ଶିକ୍ଷାମନ୍ତ୍ରୀ ପଦବୀରୁ ବହିଷ୍କାର କରିବା ପରେ ମଧ୍ୟ ଗୁରୁତ୍ୱପୂଣ୍ଣ ବିଭାଗ ହୋଇ ସୁଦ୍ଧା ସରକାର ଏହି ପଦବି ପୂରଣ ନକରି ଅତିରିକ୍ତ ଦାୟିତ୍ୱ ଦେଇ ନିଜ କାର୍ଯ୍ୟକାଳ ଶେଷ କରିବାକୁ ଯାଉଛନ୍ତି ।