Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଦିବସ ଉପଲକ୍ଷେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀ ଶକ୍ତି ପକ୍ଷରୁ ସାଧାରଣ ଜ୍ଞାନ ପରୀକ୍ଷା

ସମ୍ବଲପୁର:ଆସନ୍ତା ୧୪ ତାରିଖ ରେ ସମଗ୍ର ଦେଶ ରେ ପାଳିତ ହେବ ଶିଶୁ ଦିବସ । ଏହି ଦିନ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠନ, ଅନୁଷ୍ଠାନ, ପ୍ରତିଷ୍ଠାନ ମାନଙ୍କରେ ବିବିଧ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବା ଭଳି ଅଗ୍ରଣି ସାଂସ୍କୃତିକ, ସାମାଜିକ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚର ନାରୀ ଶକ୍ତି ପକ୍ଷରୁ ଆଜି ଧନୁପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ସାଧାରଣ ଜ୍ଞାନ ପରୀକ୍ଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଷଷ୍ଠ ଓ ସପ୍ତମ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କୁ ନେଇ କନିଷ୍ଠ ବର୍ଗ ଏବଂ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ନେଇ ବରିଷ୍ଠ ବର୍ଗ ଭାବରେ ଭିନ୍ନ ଭିନ୍ନ ପ୍ରଶ୍ନ ଦେଇ ଏହି ପରୀକ୍ଷା କରାଯାଇଥିଲା । ଉଭୟ ବର୍ଗରେ ବିଦ୍ୟାଳୟ ର ୧୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏହି ପରୀକ୍ଷା ରେ ଅଂଶଗ୍ରହଣ କରିଥିଲେ । ଉଭୟ ବର୍ଗର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ୧୪ ତାରିଖ ପବିତ୍ର ଶିଶୁ ଦିବସ ଅବସରରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ।
ପଶ୍ଚିମାଞ୍ଚଳ ଏକତା ମଞ୍ଚର ନାରୀ ଶକ୍ତିର ସମ୍ବଲପୁର ମହାନଗର ସଂଯୋଜିକା ସୁଷମା ପ୍ରଧାନଙ୍କ ନେତୃତ୍ଵରେ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ସଂଯୋଜିକା ପଙ୍କଜିନି ମେହେର, ସହ ସଂଯୋଜକା ଝୁନୁ ତ୍ରିପାଠୀ, ଜିଲ୍ଲା ସଂଯୋଜିକା ସ୍ଵସ୍ତିକା ନାୟକ ସହ ସଂଯୋଜିକା ତୃପ୍ତିମୟୀ ପଣ୍ଡା, ମହାନଗର ସହ ସଂଯୋଜିକା ସୁଜାତା ଗୁରୁ ଓ ପଙ୍କଜିନି ବୈଠାରୁ ସମାଜସେବା ସଂଯୋଜିକା କାନ୍ତି ମେହେର, ମଞ୍ଚର ସମ୍ବଲପୁର କାର୍ଯ୍ୟକ୍ରମ ସଂଯୋଜକ ନିଶିକାନ୍ତ ବିଶ୍ଵାଳ, ଆବାହକ ଭବାନୀ ଶଙ୍କର ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମରେ ଆୟୋଜିତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର,ଶିକ୍ଷୟତ୍ରୀ ସରିତା ନନ୍ଦ, ମାଧୁରୀ ଠେଲା, ରାଧାପ୍ୟାରି ନନ୍ଦ ପ୍ରମୁଖ ଗୁରୁମା ଗୁରୁଜୀ ଏଥିରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ