Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଜେୟୁ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ, ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱ ହେବେ ସମ୍ବର୍ଦ୍ଧିତ

ସମ୍ବଲପୁର(ମାନେଶ୍ୱର): ଓଡ଼ିଶା ସାମ୍ବାଦିକ ସଂଘ ( ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ଚଳିତ ନଭେମ୍ବର ୧୬ ତାରିଖ ଜ଼ିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ଆଜି ମାନେଶ୍ଵର ବ୍ଲକ ଅନ୍ତର୍ଗତ ଧମା ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ସଂଘର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ପ୍ରେସ ଦିବସ ପାଳନକୁ ସାଫଲ୍ୟ ମଣ୍ଡିତ କରିବାକୁ ମତ ପ୍ରକାଶ ପାଇଥିଲା I ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବିଭିନ୍ନ ସାମ୍ବାଦିକ ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱଙ୍କୁ ଜାତୀୟ ପ୍ରେସ ଦିବସ ଅବସରରେ ସଂଘ ତରଫରୁ ସମ୍ମାନିତ କରାଯିବାକୁ ନିଷ୍ପତି ନିଆଯାଇଥିଲା । ବୈଠକରେ ସଂଘର ସାଧାରଣ ସମ୍ପାଦକ ସରୋଜ ସାହୁ ଚଳିତ ବର୍ଷ କିଭଳି ସୂଚାର ରୂପେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇପାରିବ ସେ ନେଇ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ । ସଂଘ ପ୍ରାନ୍ତୀୟ ସମ୍ପାଦକ ରମାକାନ୍ତ ବିଶ୍ୱାଳ, ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର ଙ୍କ ସମେତ ଧମା ସରପଞ୍ଚ ଲଳିତା ପ୍ରଧାନ, ସମାଜସେବୀ ରାଧାକୃଷ୍ଣ ପଣ୍ଡା, ହେମନ୍ତ ପଣ୍ଡା,ଗୋବିନ୍ଦ ଦଳାଇ,ନାରୀନେତ୍ରୀ ବୀଣାପାଣି ବେହେରା, ଗୋବିନ୍ଦ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ହରିହର ମହାନନ୍ଦ,ଚିତ୍ତରଞ୍ଜନ ବାଗ ସାମ୍ବାଦିକ ସାଧବ ପ୍ରଧାନ, ଦେବାଶିଷ ବେହେରା, ସଂଜିପ ପାଣିଗ୍ରାହୀ, ଅଙ୍କିତ ସାହୁ, ନନ୍ଦଲାଲ ବିଶ୍ୱାଳ, ଭଗବାନ ପାଢ଼ୀ, କୈଳାଶ ବାଗ, ସୁଭଦ୍ରା ମହର ପ୍ରମୁଖ ଉପସ୍ଥିତ ରହି ମତ ପ୍ରକାଶ କରିଥିଲେ l ସମସ୍ତଙ୍କ ସହମତିକ୍ରମେ ଜିଲ୍ଲାର ମାନେଶ୍ଵର ବ୍ଲକ ଅନ୍ତର୍ଗତ ସାହାସପୁର ଠାରେ ଜ଼ିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ନିଷ୍ପତି ହୋଇଛି l ସାମ୍ବାଦିକ ପ୍ରଶିସ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଭାରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ