Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୂଅ ରୁ ଯୁବକ ଙ୍କ ଶବ ଠାବ,ପୋଲିସ ର ତଦନ୍ତ ଜାରି

କୋକସରା:୧୧/୧୧ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ଗମ୍ଭାରୀଗୁଡା ଗ୍ରାମର ଜଣେ ଯୁବକ ଙ୍କ ଶବ ଗାଁ ନିକଟସ୍ଥ ଏକ କୁଆ ରୁ ଠାବ ହୋଇଛି। ମୃତ ଯୁବକ ହେଲେ ସେହି ଗ୍ରାମ ର ଚିନ୍ତାମଣି।ପଟେଲ ଙ୍କ ପୁଅ ଧର୍ମେନ୍ଦ୍ର ପଟେଲ ବୟସ (୩୬)ବୋଲି ଜଣାପଡିଛି। ତେବେ କେଉଁ କେଉଁ ପରିସ୍ଥିତିରେ ଯୁବକ କୁଆ ରେ ପଡି ମୃତ୍ୟୁ ବରଣ କରିଛି ତାହା ଅସ୍ପଷ୍ଟ ରହିଥିବା ବେଳେ ପରିବାର ଙ୍କ ନିକଟରୁ ଖବର ପାଇ କୋକସରା ଦମକଳବିଭାଗ କର୍ମଚାରୀ ପହଞ୍ଚି କୁଅ ରୁ ଶବ ଉଦ୍ଧାର କରିଛନ୍ତି, ଓ।କୋକସରା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି, ଖବର ଲେଖାଯିବା ପର୍ଯ୍ୟନ୍ତ ଶବ ଉଦ୍ଧାର କରି କୋକସରା ଡାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ପାଇଁ ଉଦ୍ୟମ ଆରମ୍ଭ କରା ଯାଇଛି।ଶନିବାର ସକାଳେ ଶବ ବ୍ୟବଚ୍ଛେଦ ହେବ।ଏନେଇ କୋକସରା ଥାନା ଅଧିକାରୀ ରନିତା ପ୍ରଧାନ ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ର ତଦନ୍ତ ଜାରି ରହିଛି ସବିଶେଷ ତଥ୍ୟ ହସ୍ତଗତ ପରେ ଜଣାପଡିବ ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories