Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ବିଜେପି ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।

କଳାହାଣ୍ଡି,୨୧/୦୯
ଆସନ୍ତା ୨୭ ତାରିଖରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କଳାହାଣ୍ଡି ଜିଲ୍ଲା ଗସ୍ତ ରେ ଆସି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସୋମବାର କୋକସରା ବ୍ଲକ କୋକସରା ଓ ଆମପାଣି ମଣ୍ଡଳ ବିଜେପି କର୍ମକର୍ତ୍ତା ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କାଉଡୋଳା ଧାନ ମଣ୍ଡି ପରିସରରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା ଏହି ବୈଠକରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ସୁସଂଗଠିତ,ଶୃଙ୍ଖଳିତ ଓ ସଫଳତା ର ସହ ଆୟୋଜନ କରିବା ନେଇ କାଉଡୋଳା ଧାନମଣ୍ଡି ପରିସରରେ ଆମପାଣି ଓ କୋକସରା ମଣ୍ଡଳ କର୍ମକର୍ତ୍ତା ଙ୍କ ବୈଠକରେ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା, ଅଧିକ ସଂଖ୍ୟାରେ କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ ଏବଂ ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳାର ସହିତ ସମ୍ପାଦନ କରିବା ନେଇ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମ ରେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର,ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ଦୁର୍ଗା ପ୍ରଧାନୀ, ମଣ୍ଡଳ ପ୍ରଭାରୀ ଗଣେଶ ନନ୍ଦ,ଆମପାଣି ମଣ୍ଡଳ ସାଧାରଣ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୂଝାରୀ, ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ ବେଶ୍ରା, କୋକସରା ମଣ୍ଡଳ ସାଧାରଣ ସମ୍ପାଦକ ଶାରଳା ପ୍ରସାଦ ପ୍ରଧାନୀ, ଆମପାଣି ମଣ୍ଡଳ ଏସସି ସେଲ ସଭାପତି ରଘୁନାଥ ଖମାରି,ସନ୍ତୋଷ ମାଝୀ, ଅରୁଣ ଗୋୟଲ, ସୁଶିଳ ପାଢ଼ୀ,ଚକ୍ରଧର ବେଶ୍ରା, ନବୀନ ପ୍ରଧାନୀ,ମୁକୁନ୍ଦ ପଟ୍ଟନାୟକ, ନରେନ୍ଦ୍ର ପ୍ରଧାନୀ, ସମେତ ମହିଳା ମୋର୍ଚ୍ଚା ର କର୍ମକର୍ତ୍ତା ଓ କୋକସରା, ଆମପାଣି ମଣ୍ଡଳ ର ଶତାଧିକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ