Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୫ ଘଣ୍ଟାର ଅପରେସନ ପରେ ବୋରଓ୍ଵେଲରୁ ବୃଦ୍ଧା ଉଦ୍ଧାର, ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲେ

ସୋନପୁର: ପ୍ରାୟ ୫ ଘଣ୍ଟାର ଅପରେସନ ପରେ ବୋରଓ୍ଵେଲ ଗାତରେ ଖସିପଡ଼ିଥିବା ବୃଦ୍ଧା ଉଦ୍ଧାର ହୋଇଛନ୍ତି। ଅଗ୍ନିଶମ ଟିମଙ୍କ ବହୁ ଉଦ୍ୟମ ପରେ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଯାଇ ବୃଦ୍ଧାଙ୍କୁ ୨୦ ଫୁଟ ଗଭୀର ବୋରଓ୍ଵେଲରୁ ଉଦ୍ଧାର କରାଯାଇଛି। ଏହା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍ ନିଆଯାଇଛି। ବୃଦ୍ଧାଙ୍କ ଅବସ୍ଥା କିଭଳି ଅଛି ସ୍ପଷ୍ଟ ଜଣା ପଡ଼ିନି। ବୃଦ୍ଧା ଜଣକ ହେଲେ ଦୁଖି ନେଗୀ(୮୯)।

ସୂଚନା ଅନୁଯାୟୀ, ସୋନପୁର ଜିଲ୍ଲା ସଦର ବ୍ଲକ୍ କଇଁଫୁଲ ଗାଁର ଜଣେ ବୃଦ୍ଧା ଅସାବଧାନତା ବଶତଃ ଗତକାଲି ରାତିରେ ବୋରଓ୍ୱେଲ୍ ଭିତରକୁ ଖସିପଡିଥିଲେ । ଏହା ଜଣା ପଡିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ଏହାପରେ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ପରେ ଏସଆରସିଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧରୁ ଓଡ୍ରାଫ୍ ଟିମ୍ ଯାଇ ପହଞ୍ଚିଥିଲା । ମୁଣ୍ଡଳିରୁ ଘଊଜୠ ଟିମ୍ ମଧ୍ୟ ବାହାରିସାରିଥିଲା । ଦୀର୍ଘ ୫ ଘଣ୍ଟାର ଅପରେସନ୍ ପରେ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀ ଓ ଓଡ୍ରାଫ୍ ଟିମ୍‌ର ମିଳିତ ଉଦ୍ୟମରେ ୨୦ଫୁଟ ଗଭୀର ବୋରଓ୍ବେଲରୁ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଛି।