Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ

ଭବାନୀପାଟଣା, ୧୪/୧୧ (ଜଗନ୍ନାଥ ନାଏକ) : ରିଖରେ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଶିଶୁ ଦିବସ ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଛି | ଆଜି ର ଶିଶୁ କାଲିର ଦେଶର ଭବିଷ୍ୟତ, ଶିଶୁ ହସିଲେ ସଂସାର ହସିବ, ପ୍ରତେକ ଶିଶୁ ଭଗବାନ ଙ୍କ ଅନ୍ୟ ରୂପ ଏହି ପରି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ ବିଶିଷ୍ଠ ଶିକ୍ଷାବିତ ତଥା ଶିଶୁ କବି ବ୍ରହ୍ମାନନ୍ଦ ସାମଲ, ସ୍କୁଲ ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ଼. ଶିବରାମ ନାୟକ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇଥିଲେ | ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ସାମନ୍ତରାୟ, ମନୀଷା ସିଂହା, ସାଧନା ପ୍ରଧାନ, ଚଦ୍ରପ୍ରଭା ମିଶ୍ର, ଅପରାଜିତା ମଲ୍ଲିକ, ଚଞ୍ଚଳା ଶର୍ମା ଓ ଅର୍ଣ୍ଣପୂର୍ଣ୍ଣା ପରି ସହଯୋଗ କରିଥିଲେ