Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମେଘପାଲ ହାଇସ୍କୁଲରେ ରାଣୀ ଲକ୍ଷ୍ମୀ ବାଇ ଆତ୍ମରକ୍ଷା ଶିବିର

ସମ୍ବଲପୁର ୧୫/୧୧ ଜୁଯୋମୁରା ବ୍ଲକ ଅନ୍ତର୍ଗତ ମେଘପାଲ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ନିରଞ୍ଜନ ସେଠଙ୍କ ତତ୍ତ୍ଵାବଧାନରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ମାସକୁ ୫ ଦିନ ଧରି ୩ ମାସ ପର୍ଯ୍ୟନ୍ତ ଚାଲିବ । ପ୍ରଧାନ ଶିକ୍ଷକ ନିରଞ୍ଜନ ସେଠ ବିଦ୍ୟାଳୟର ଛାତ୍ରୀମାନଙ୍କୁ ବର୍ତ୍ତମାନର ପରିପ୍ରେକ୍ଷୀରେ ଏହି ଆତ୍ମରକ୍ଷା ଶିବିରର ଆବଶ୍ୟକତା ଓ ମହତ୍ତ୍ଵ ବିଷୟରେ ଧାରଣା ଦେଇଥିଲେ । ଏଥିରେ ଏହି ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷୟିତ୍ରୀ ରଜନୀଗନ୍ଧା ବିଶୀ ଓ ଶିକ୍ଷୟିତ୍ରୀ ନିବେଦିତା ବାର୍ଲ୍ଲା ଶିବିରରେ ଛାତ୍ରୀମାନଙ୍କୁ ସୁନ୍ଦର ଓ ସହଜ ଭାବରେ ଆତ୍ମରକ୍ଷାର ବିଭିନ୍ନ କୌଶଳ ଶିକ୍ଷା ଦେଇଥିଲେ ।