Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର :ନାଟ୍ୟକଳା ଉତ୍ସବ ୨୦୨୩

ସମ୍ବଲପୁର:ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ଆଜି ଝାଡୁଆପଡା ଆରଣ୍ୟକ ମଣ୍ଡପରେ ନାଟ୍ୟକଳା ଉତ୍ସବ ୨୦୨୩ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ପରିଷଦର ସଭାପତି ଡ.ଶିବନାରାୟଣ ଶତପଥି ଅଧ୍ଯକ୍ଷତା କରିଥିଲେ। ମୁଖ୍ଯଅତିଥି ସମ୍ବଲପୁର ମ୍ୟୁନିସିପାଲିଟି କମିଶନର ବେଦଭୂଷଣ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମ୍ବଲପୁର ଅଂଚଳର ନିଜସ୍ବ ସମୃଦ୍ଧ ସଂସ୍କୃତି ରହିଛି ଯାହା ନାଟକ ଜରିଆରେ ସମଗ୍ର ବିଶ୍ୱରେ ପ୍ରଚାରିତ ଓ ପ୍ରସାରିତ ହୋଇପାରିବ। ସମ୍ପାଦକ ଡ ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପରିଷଦର ବୟୋଜ୍ୟେଷ୍ଠ ସଭ୍ୟ ମନୋରଞ୍ଜନ ପାଢୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।ଉତ୍ସବରେ ସୂର୍ଯ୍ୟ ପାଣିଗ୍ରାହୀଙ୍କ ରଚନା ଓ ନିର୍ଦ୍ଦେଶନାରେ “ଅବଶୋଷ” ଏବଂ ବିରୂପାକ୍ଷ ପ୍ରଧାନଙ୍କ ରଚନା ଓ ନିର୍ଦ୍ଦେଶନାରେ “ଅଭିମାନିନୀ” ନାଟକ ମଞ୍ଚସ୍ଥ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ