Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ପ୍ରେସ୍ ଦିବସ:”କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ” ଏକ ଆହ୍ୱାନ

ସମ୍ବଲପୁର: ସାମ୍ବାଦିକତା ଏକ ଆହ୍ୱାନ ଓ ଚ୍ୟାଲେଞ୍ଚର ଦ୍ୱାରଦେଶରେ ପହଞ୍ଚିଥିବା ବେଳେ ସାମ୍ବାଦିକତା ଯୁଗ ଯୁଗ ପାଇଁ କାଳଜୟୀ ହୋଇରହିବ। କୋଭିଡ୍ ସମୟରେ ସାମ୍ବାଦିକଙ୍କ ଭୂମିକା ଓ ଦାୟିତ୍ୱ ଅବିସ୍ମରଣୀୟ ବୋଲି ବକ୍ତାମାନେ କହିଥିଲେ। ସମ୍ବଲପୁର ପ୍ରେସ କ୍ଲବ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗାଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବିଜ୍ଞାନ କାରୀଗରି ଓ ସାମାଜୋକ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମାଜର ହିତ ସାମ୍ବାଦିକତାର ଭୂମିକା ଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ସଭାରେ ପ୍ରେସକ୍ଲବ ସଭାପତି ଭବାନିଶ ଭୋଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ବିକ୍ରମ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ଓ ଶିବ ପ୍ରସାଦ ମେହେର ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଜିଲ୍ଲାର ବହୁ ବରିଷ୍ଠଙ୍କ ସହିତ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।ଶେଶରେ ଜ୍ଞାନବ୍ରତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ