Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଜେୟୁ ସମ୍ବଲପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ

ସମ୍ବଲପୁର: ସାମ୍ବାଦିକ ମାନେ ସମାଜର ଓ ବ୍ୟବସ୍ଥାର ଆଇନା ଭାବେ କାମ କରିଥାନ୍ତି।ପ୍ରତିକୂଳ ପରିସ୍ଥିତିରେ ସାମ୍ବାଦିକ ମାନଙ୍କ କାହାଣୀ ଓ ବିବରଣୀ ସମାଜର ବିଭିନ୍ନ ଦିଗକୁ ପ୍ରତିଫଲିତ କରିଥାଏ। ଏକ ଆହ୍ୱାନ ଓ ଚ୍ୟାଲେଞ୍ଚର ଦ୍ୱାରଦେଶରେ ସାମ୍ବାଦିକ ମାନେ ବର୍ତ୍ତମାନ ପହଞ୍ଚିଥିବା ବେଳେ ସାମ୍ବାଦିକତା ଯୁଗ ଯୁଗ ପାଇଁ କାଳଜୟୀ ହୋଇରହିବେ ବୋଲି ବକ୍ତାମାନେ କହିଥିଲେ। ଓଡିଶା ସାମ୍ବାଦିକ ସଂଘ(ଓଜେୟୁ)ସମ୍ବଲପୁର ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସରେ ମୁଖ୍ୟ ଅତିଥି ଭାବେ ସୂଚନାଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶକ(ଉତ୍ତରାଞ୍ଚଳ) ବିଜୟ କୁମାର ମିଶ୍ର,ଓ ବରିଷ୍ଟଶ୍ରାମ୍ବାଦିକ ଶିବ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ସାମ୍ବାଦିକହିଁ ସମାଜର ଏକ ଦର୍ପଣ ବୋଲି ଅବିହିତ ରିଥିଲେ। ଏଥିରେ ମାନେଶ୍ୱର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ,ଓଜେୟୁର ପ୍ରାନ୍ତିୟ ସଂପାଦକ ରମାକାନ୍ତ ବିଶ୍ୱାଳ,ଓଜେୟୁ ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର,ମାଁ ଝାଡେଶ୍ୱରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହୀତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମାଜର ହିତ ସାମ୍ବାଦିକତାର ଭୂମିକା ଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ସଭାରେ ଉପ ସଭାପତି ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସଂପାଦକ ସରୋଜ ସାହୁ ସଂପଦକୀୟ ବିବରଣୀ ପାଠକରି ସଂଘର ଉତ୍ତର ଦାୟିତ୍ୱ ଓ ସାମାଜିକ ଦିଗ ଉପରେ ଆଲୋକପାତ କରିଥୋଲେ । ପ୍ରାରମ୍ଭରେ ବରିଷ୍ଟ ସାମ୍ବାଦିକ ଡା.ରାଜାରାମ ଷଡଙ୍ଗୀ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପଦାନ କରିଥିଲେ ।ଆରମ୍ଭରେ ମାଁ ସମଲେଶ୍ବରୀଙ୍କ ଠାରେ ଦୀପ ପ୍ରଜ୍ଜଳନ କରାଯାଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଧମା ସରପଞ୍ଚ୍ ଲଲିତା ପ୍ରଧାନ, ଦେଓଗାଁ ସରପଞ୍ଚ୍ଶରସ୍ୱତୀ ରାଉତ, ହୁମା ସରପଞ୍ଚ୍ ଲୀଲାବତୀ ପୂଝାରୀ, ସାହାସପୁର ସମିତି ସଭ୍ୟା ଲୀନା ମହାପାତ୍ର,ଦେଓଗାଁର ପୁର୍ବତନ ସରପଞ୍ଚ୍ ମନବୋଧ ବୋଇ ,ନାରୀ ନେତ୍ରୀ ବିଣାପଣୀ ବେହେରା,ଗୋବିନ୍ଦ ପଟ୍ଟନାୟକଙ୍କ ସହିତ ଜିଲ୍ଲାର ତୋଷବନ୍ତ ଯୋଷି,ସାଧବ ପ୍ରଧନ,ଦେବାଶିଷ ବେହେରା, ସଞ୍ଜିବ ପାଣିଗ୍ରାହୀ,ପ୍ରଦୀପ ଯୋଶୀ,ହରିଶଙ୍କର ମିଶ୍ର,ସୁରଜ ପୋଦ୍ଦାର,ଅଙ୍କିତ ସାହୁ,ସନ୍ଦିପ ଶର୍ମା,ଭରତ ବେହେରା,ପ୍ରସିଶ ପଣ୍ଡା ଓ ସ୍ମୃତି ସ୍ୱରୂପ ବାରିକ ପ୍ରମୂଖ ଉପସ୍ଥିତ ଥିଲେ।ଶେଷରେ ପ୍ରଦୀପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ