Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିମ୍ ଇଣ୍ଡିଆର ନୂତନ ପ୍ରାକ୍ଟିସ୍ ଜର୍ସି ଦେଖି ଚିହିଁକିଲେ ମମତା, ବିଜେପି ଉପରେ ବର୍ଷିଲେ

କୋଲକାତା: ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଶନିବାର ପ୍ରାକ୍ଟିସ୍ ସମୟର ଭାରତୀୟ କ୍ରିକେଟ୍ ଦଳ ପିନ୍ଧୁଥିବା ଜର୍ସିର ରଙ୍ଗକୁ ନେଇ ରାଜନୀତି ଆରମ୍ଭ  ହୋଇ ଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ନୂତନ ପ୍ରାକ୍ଟିସ୍ ଜର୍ସଦି ଦେଖି ଚିହିଁକି ଉଠିଛନ୍ତି। ସେ ଜର୍ସିର ରଙ୍ଗକୁ ରାଜନୀତିକରଣର ଆଖ୍ୟା ଦେଇଛନ୍ତି। ମମତା କହିଛନ୍ତି ବିଜେପି ନେତୃତ୍ଵଅଧୀନ କେନ୍ଦ୍ର ସରକାର ଦେଶର ସବୁଠୁ ଲୋକପ୍ରିୟ ଖେଳକୁ ଗେରୁଆକରଣ କରିବାକୁ ଉଦ୍ୟମ କରିଛି।

ମମତା କହିଛନ୍ତି ଏମାନେ ପୂରା ଦେଶକୁ ଗେରୁଆକରଣ କରିବାକୁ ମଧ୍ୟ ଉଦ୍ୟମ କରାଯାଉଛି। ଆମେ ନିଜ ଦଳର ଖେଳାଳିଙ୍କୁ ନେଇ ଗର୍ବିତ। ମୋର ବିଶ୍ଵାସ ଭାରତୀୟ ଦଳ ବିଜୟୀ ହେବ। ମାତ୍ର ବିଜେପି କ୍ରିକେଟ୍ ଦଳରେ ମଧ୍ୟ ଗେରୁଆର ପ୍ରବେଶ କରାଇଛି। ଆଉ ଆମ ଖେଳାଳି ବର୍ତ୍ତମାନ ଗେରୁଆ ରଙ୍ଗର  ଜର୍ସି ପିନ୍ଧି ଅଭ୍ୟାସ୍ କରୁଛନ୍ତି। ଏହା କଦାପି ଗ୍ରହଣୀୟ ନୁହେଁ ବୋଲି ମମତା କହିଛନ୍ତି।

ମଧ୍ୟ କୋଲକାତାର ପୋସ୍ତା ବଜାରରେ ଜଗଧାତ୍ରୀ ପୂଜା ଆରମ୍ଭ ଅବସରରେ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ବିଜେପି କେବଳ କ୍ରିକେଟ୍ ଜର୍ସି ନୁହେଁ ବରଂ ମେଟ୍ରୋ ଷ୍ଟେସନର ପେଣ୍ଟିଂ ମଧ୍ୟ ଗେରୁଆକରଣ କରିଛି। ଏହି ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ମାୟାବତୀ ଉପରେ ମଧ୍ୟ  କଟାକ୍ଷ କରିଛନ୍ତି। ଏହି ରାଷ୍ଟ୍ର ଜନତାଙ୍କର, ନା କି ଗୋଟିଏ ପାର୍ଟିର ବୋଲି ମମତା ବାନାର୍ଜୀ କହିଛନ୍ତି।

More Stories