Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର କଳା ଏକାଡେମୀର ୩୦ ତମ ଚିତ୍ରଙ୍କନ ପ୍ରତିଯୋଗିତା

ସମ୍ବଲପୁର:ଆଜି ସମ୍ୱଲପୁରର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସମ୍ୱଲପୁର କଳା ଏକାଡେମୀ ର ୩୦ତମ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଧନୁପାଲି ସ୍ଥିତ ଏକାଡେମୀ ର ପରିସରରେ ଅନୁଷ୍ଠିତ ହୋଇଛି l ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ରୁ ୬୦୦ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରି ଏକାଡେମୀ ପ୍ରଦତ୍ତ ନୌକା, ପଦ୍ମଫୁଲ, ପଦ୍ମ ପୋଖରୀ, ନଦୀ ତଟ, ଯାନିଯାତ୍ରା, ଗ୍ରାମୀଣ ଜୀବନ, ସହର ଦୃଶ୍ୟ, ରୂପଚିତ୍ର ବିଷୟବସ୍ତୁ ଉପରେ ସୁନ୍ଦର ସୁନ୍ଦର ଚିତ୍ର ସମୂହ ଅଙ୍କନ କରି ରଙ୍ଗ ଭରି ଥିଲେ ବୋଲି ଅଧ୍ୟକ୍ଷ ସଞ୍ଜୟ ସାହୁ ସୂଚନା ପ୍ରଦାନ କରିଛନ୍ତି l କାର୍ଯକ୍ରମ କୁ ଏକାଡେମୀ ର ପବିତ୍ର ବେରିହା, ସୁମନ ପାଲ୍, ସୁବ୍ରତ ବେହେରା, କୁଲଦୀପ ବର୍ମା, ନମ୍ରତା ନାୟକ, ଆଶିଷ ମେହେର, ଶ୍ରଦ୍ଧା ସୁମନ ସାହୁ, ଆୟୁଷ୍ମାନ ଦାସ, ରାଜେଶ ବଢେଇ, ଶିବାନୀ ଭୋଇ, ତନିଶା ପଣ୍ଡା ପ୍ରମୁଖ ସୂଚାରୁ ରୂପେ ପରିଚାଳନା କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ