Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁକ ସହ ୫ ଡକାୟତ ଗିରଫ; ରେଙ୍ଗାଲି

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଂଚଳରେ ଡକାୟତି ଯୋଜନା କରୁଥିବା ବେଳେ ବନ୍ଧୁକ ସହ ୫ ଜଣ ଡକାୟତ ଗିରଫ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୩୧ ତାରିଖ ରାତିରେ ରେଙ୍ଗାଲି ର ଏକ ନିଛାଟିଆ ସ୍ଥାନରେ କିଛି ଯୁବକ ଡକାୟତି ଯୋଜନା କରୁଥିବାର ଖବର ପାଇ ପେଟ୍ରୋଲିଂ କରୁଥିବା ରେଙ୍ଗାଲି ପୋଲିସ ଚଢଉ କରି ୫ ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ୨ ଜଣ ଫେରାର ହେବାରେ ସଫଳ ହୋଇଥିଲେ।

ଗିରଫ ଡକାୟତ ମାନେ ହେଲା ରେଙ୍ଗାଲି ଥାନା ନୂଆ ରମ୍ପେଲା ଗ୍ରାମର କିଶୋର ଷଣ୍ଢ, ଲହମଣି ଗ୍ରାମର ପ୍ରଶାନ୍ତ ବିଶ୍ୱାଳ, ରେଙ୍ଗାଲି ପୁରୁଣାବସ୍ତି ର ମନୋଜ ମେହେର, ନମିଶ ମିଶ୍ର, ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ବଡ଼ବଜାର ଅଂଚଳର ବିକ୍ରମ ପଟ୍ଟନାୟକଙ୍କୁ ଆଇପିସି ଧାରାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ପାଖରୁ ପୋଲିସ ଦୁଇଟି ଏୟାର ଗନ, ଗୋଟିଏ ସିଙ୍ଗିଲ ସର୍ଟ ବନ୍ଧୁକ, ଭୁଜାଲି, ଚାକୁ, ତାଳ ଭାଙ୍ଗିବା ଯନ୍ତ୍ରପାତି ଯଥା ସ୍କ୍ରୁ ଡ୍ରାଇଭର, ପିଲର, ଲୁହା ଏକ୍ସସେଲ ଆଦି ଜବତ କରିଛି।

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଂଚଳରେ ଡକାୟତି ଯୋଜନା କରୁଥିବା ବେଳେ ବନ୍ଧୁକ ସହ ୫ ଜଣ ଡକାୟତ ଗିରଫ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୩୧ ତାରିଖ ରାତିରେ ରେଙ୍ଗାଲି ର ଏକ ନିଛାଟିଆ ଜାଗାରେ କିଛି ଯୁବକ ଡକାୟତି ଯୋଜନା କରୁଥିବାର ଖବର ପାଇ ପେଟ୍ରୋଲିଂ କରୁଥିବା ରେଙ୍ଗାଲି ପୋଲିସ ଚଢଉ କରି ୫ ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ୨ ଜଣ ଫେରାର ହେବାରେ ସଫଳ ହୋଇଥିଲେ।

ଗିରଫ ଡକାୟତ ମାନେ ହେଲା ରେଙ୍ଗାଲି ଥାନା ନୂଆ ରମ୍ପେଲା ଗ୍ରାମର କିଶୋର ଷଣ୍ଢ, ଲହମଣି ଗ୍ରାମର ପ୍ରଶାନ୍ତ ବିଶ୍ୱାଳ, ରେଙ୍ଗାଲି ପୁରୁଣାବସ୍ତି ର ମନୋଜ ମେହେର, ନମିଶ ମିଶ୍ର, ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ବଡ଼ବଜାର ଅଂଚଳର ବିକ୍ରମ ପଟ୍ଟନାୟକଙ୍କୁ ଆଇପିସି ଧାରାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ପାଖରୁ ପୋଲିସ ଦୁଇଟି ଏୟାର ଗନ, ଗୋଟିଏ ସିଙ୍ଗିଲ ସର୍ଟ ବନ୍ଧୁକ, ଭୁଜାଲି, ଚାକୁ, ତାଳ ଭାଙ୍ଗିବା ଯନ୍ତ୍ରପାତି ଯଥା ସ୍କ୍ରୁ ଡ୍ରାଇଭର, ପିଲର, ଲୁହା ଏକ୍ସସେଲ ଆଦି ଜବତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ