Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ବାସୀ କିନ୍ନରଙ୍କ ପାଇଁ ଏଚଆଇଭି/ଏଡସ୍ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର: ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ସୋସିଓଲୋଜି ବିଭାଗ ପକ୍ଷରୁ କିନ୍ନର ସମାଜକୁ ନେଇ ଏଚଆଇଭି ଏଡସ୍ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ସୋମବାର ଦିନ ସାମ୍ବାଦିକ ଭବନ ଠାରେ ଆୟୋଜିତ ଏହି ସଭାରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ପିଜି ଓ ୟୁଜି ବିଭାଗର ସମସ୍ତ ଶିକ୍ଷାର୍ଥୀ ମାନଙ୍କ ସହିତ କିନ୍ନର ପ୍ରତିନିଧି ଯୋଗଦେଇଥିଲେ । ଏଥିରେ ବିଭାଗୀୟ ମୁଖ୍ୟ ଡଃ.ମୀରା ସ୍ୱାଇଁ କିନ୍ନର ଓ ଗୁରୁ ମାନଙ୍କ ସହିତ ସମସ୍ତଙ୍କୁ ଯୋଡି ଏଚଆଇଭି ମୁକ୍ତ ସମ୍ବଲପୁର ଗଠନ କରିବା ଓ କିନ୍ନରଙ୍କ ମୁଖ୍ୟ ସୃଷ୍ଟିକର୍ତ୍ତା ପ୍ରକ୍ରିୟାକୁ ସାହାଯ୍ୟ କରି ସେମାନଙ୍କର ସାମାଜିକ ଅନ୍ତର୍ଭୁକ୍ତିକୁ ନିଶ୍ଚିତ କରିବାକୁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ବୋଲି ଅବିହିତ କରିଥିଲେ। ଡଃ.ଝରଣା ମିଶ୍ର କିନ୍ନର ସଂପ୍ରଦାୟଙ୍କୁ ସାମାଜିକ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି କିନ୍ନର ସମାଜକୁ ସେମାନଙ୍କ ଜୀବନ ଧାରଣ ସମୟରେ କୌଣସି ଯେପରି ଆଘାତ ନଆସେ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ସଚେତନତା କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ