Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ରାମଚଣ୍ଡୀ ମନ୍ଦିର ଦାନବାସ୍କ ଭାଙ୍ଗି ଚୋରି

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଦାନୀପାଲି ଠାରେ ଥିବା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରର ଦାନବାସ୍କ ଶୁକ୍ରବାର ରାତିରେ ଚୋରି ହୋଇଥିବା ଜଣାଯାଇଛି I ମନ୍ଦିର ପ୍ରବେଶ ଦ୍ୱାରରେ ଥିବା ୨ ଟି ଦାନବାସ୍କ ରୁ ନଗଦ ଅର୍ଥରାଶି ସହ ବହୁ ମୁଲ୍ୟବାନ୍ ସାମଗ୍ରୀ ଚୋରି ହୋଇଥିବା ନେଇ କୁଲତା ସମାଜ ସମ୍ବଲପୁରର ସାଙ୍ଗଠନିକ ସମ୍ପାଦକ ରଞ୍ଜନ ପାତ୍ର ଅଇଁଠାପାଲି ଥାନାରେ ଅଭିଯୋଗ କରିଛନ୍ତି I ଅଭିଯୋଗ ମୁତାବକ ଗତ ବର୍ଷ ଜାନୁଆରୀ ମାସରେ ପ୍ରତିଷ୍ଠା ହୋଇଥିବା ଦାନୀପାଲି ସ୍ଥିତ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରର ପୂଜକ ବିଶ୍ୱନାଥ ଭୋଇ ପ୍ରତିଦିନ ପରି ଶୁକ୍ରବାର ଦିନ ମଧ୍ୟ ରାତି ୯ ଟାରେ ମନ୍ଦିର କବାଟ ବନ୍ଦ କରି ତାଲା ମାରିଥିଲେ I ଆଜି ସକାଳ ୫ ଟା ସମୟରେ ମନ୍ଦିର ଖୋକିବାକୁ ଯିବା ସମୟରେ ମନ୍ଦିର ସମ୍ଭୁଖ ଗେଟ ତାଲା ଭଙ୍ଗା ହେବା ସହ ଦାନବାସ୍କ ତାଲା ମଧ୍ୟ ଭଙ୍ଗା ଯାଇ ଚୋରି ହୋଇଥିବା ଦେଖିଥିଲେ I ଘଟଣା ସମ୍ପର୍କରେ ତୁରନ୍ତ ସୂଚନା ଦେବାରୁ ଅଇଁଠାପାଲି ପୋଲିସ୍ ପହଞ୍ଚି ଛାନଭିନ୍ନ ଆରମ୍ଭ କରି ସିସି ଟିଭି ଚିତ୍ର ଆଧାରରେ ଜଣକୁ ଅଟକ ରଖି ପଚାରା ଉଚରା କରୁଛି I ବିଗତ ୧ ବର୍ଷ ଧରି ଦାନ ବାସ୍କ ଖୋଲା ଯାଇ ନ ଥିବା ବେଳେ ପ୍ରାୟ ୫୦ ରୁ ୬୦ ହଜାର ଟଙ୍କା ଟଙ୍କା ସହ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଜଣାଯାଇଛି I ଏହି ଘଟଣାକୁ ନେଇ କୁଲତା ସମାଜ ସମ୍ବଲପୁର ସଭାନେତ୍ରୀ ଯଶୋବନ୍ତି ନାୟକ, ସାଧାରଣ ସମ୍ପାଦକ ଦେବତ୍ତମ ପ୍ରଧାନ, ହାରାଧନ ପ୍ରଧାନ,ଜଟା ଭୂଷଣ ସାହୁ, ଅଭିରାମ ଖମାରୀ, ମୁରଲୀ ପ୍ରଧାନ, ଦୟାନିଧି ବିଶ୍ୱାଳ, ଦେବଦତ୍ତ ସାହୁ, କ୍ଷୀରୋଦ ପ୍ରଧାନ, ଅକ୍ଷୟ ପ୍ରଧାନ, ସରୋଜ ସାହୁ ପ୍ରମୁଖ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ତୁରନ୍ତ ଚୋରି ସାମଗ୍ରୀ ଉଦ୍ଧାର ସହ ଚୋର ମାନଙ୍କୁ ଧରିବାକୁ ଦାବୀ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ