Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋପ ପାଇଗଲା ମାନବିକତା,ଶାରୀରିକ ଓ ମାନସିକ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳତ୍କାର, ୭ ମାସର ଗର୍ଭବତୀ

ଜମନକିରା : ଜମନକିରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। ଶାରୀରିକ ଓ ମାନସିକ ସ୍ଥିତିର ଫାଇଦା ଉଠାଇ କେହି ଜଣେ ଅଜଣା ଦୁର୍ବୁତ୍ତ ଜଣେ ୨୫ ବର୍ଷୀୟ ଭିନ୍ନକ୍ଷମ ଯୁବତୀ ସହିତ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଅନ୍ତସତ୍ତା କରିଥିବା ଖବର ସାମ୍ନା କୁ ଆସିଛି।
ସୂଚନା ଥାଉ କି, ଗତ କାଲି ଜମନକିରା ଡାକ୍ତରଖାନା କୁ ଜଣେ ମହିଳା ତାଙ୍କ ଭିନ୍ନକ୍ଷମ ଝିଅ କୁ ଆଣିଥିଲେ। ଡାକ୍ତର ତାଙ୍କୁ ପରୀକ୍ଷା କରିବାରୁ ଝିଅ ଗର୍ଭବତୀ ଥିବା ଜାଣି ପାରିଥିଲେ। ହେଲେ ଯୁବତୀ ଜଣକ ମାନସିକ ଏବଂ ଶାରୀରିକ ଅକ୍ଷମତା ଥିବା ଯୋଗୁଁ ଡାକ୍ତର ତାଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିଲେ। ପ୍ରକାଶ ଥାଉ କି ଯୁବତୀ ର ବାପା ଜଣେ ଗାଈ ଜଗୁଆଳି ଏବଂ ମା ଦିନ ମଜୁରିଆ ଭାବେ ପେଟ ପୋଷୁଥିବା ବେଳେ ତାଙ୍କ ଭିନ୍ନକ୍ଷମ ଝିଅ ସହିତ କିଏ ଓ କିପରି ଶାରୀରିକ ସମ୍ପର୍କ ରଖିଥିଲା ସେମାନେ ଜାଣି ନଥିଲେ। ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଜମନକିରା ଯୁବ ସଚେତନ ନାଗରିକ ସଂଘ ସାହାଯ୍ୟର ହାତ ବଢାଇଛନ୍ତି। ଏବଂ ଦୋଷୀ କୁ ଠାବ କରି ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ପ୍ରଶାସନକୁ ଦାବି କରିଥିବା ଜଣାଯାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ