Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ତ୍ତିକ ପୂର୍ଣ୍ଣିମାରେ ରୂପା ବେଶ ରେ ଦର୍ଶନ ଦେଲେ ମା ଦୁଆରଶୁଣି

ହାଟଡିହି ଆଜି ହାଟଡିହି ବ୍ଲକର ଆରାଧ୍ୟ ଦେବୀ ମଠ  ଗୋବିନ୍ଦପୁର ଠାରେ ଅବସ୍ଥିତ ଦୁଆରଶୁଣି ମନ୍ଦିରରେ ଆଜି ରୂପା ବେଶ ରେ ମା ଭକ୍ତ ମାନଙ୍କୁ ଙ୍କୁ ଦର୍ଶନ ଦେଇଥିଲେ। ଯାହାକି ଏହି ଅଞ୍ଚଳ ରେ ଥିବା ଗ୍ରାମ ଗୁଡ଼ିକ ମଧ୍ୟରେ ଛେନାପଦି, କୁଣ୍ଡିସାହି, କପୁଣ୍ଡି, ତରାଗଡିଆ, ଗୋବିନ୍ଦ ପୁର, ଖାଣ୍ଟପଦା, ଆଦି ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ମା ଙ୍କ ମନ୍ଦିର ରେ ଦୀପ ଜଳାଇ ମା ଙ୍କୁ ଦର୍ଶନ କରିଥିଲେ। ମନ୍ଦିର ଗହଳି କୁ ଦେଖି ମାଙ୍କ ସେବକାରି ଦନେଇ ଦେହୁରୀ, ପୂଜକ ନନ୍ଦ କିଶୋର ପତି ମା ଙ୍କୁ  ରୂପା ବେଶ ରେ ସଜାଇ ଦେଇଥିଲେ। ପରେ ଭକ୍ତ ମାନେ ମା ଙ୍କୁ ଦର୍ଶନ କରିଥିଲେ। ଆଗାମୀ ଦିନରେ ମା ଙ୍କ ସବୁ ପର୍ବ ପର୍ବାଣୀ ଧୁମ ଧାମ ରେ ପାଳିତ କରାଯିବ ବୋଲି ମନ୍ଦିର ପରିଚଳନା କମିଟି ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ