Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଡି ପକ୍ଷରୁ ଶିଶୁ ମହୋତ୍ସବ ” ଉଡାନ”

ଜମନକିରା : ‘’ଉଡାନ’’ ୨୦୨୩ – ବାର୍ଷିକ ଶିଶୁ ମାହୋତ୍ସବ ସିଡ଼ି ଅନୁଷ୍ଠାନ ଦ୍ଵାରା ସ୍ନେହ ପ୍ରକଳ୍ପ ଅନୁକୁଲ୍ୟରେ ”ଉଡାନ” ଆଜି ଢୋଲପଡ଼ା ଖେଳପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି l ସ୍ନେହ ପ୍ରକଳ୍ପ ତିଲେଇବଣି ବ୍ଲକର କଂସର, ଢୋଲପଡ଼ା ଏବଂ ଦୁଧିଆନାଲି ଗ୍ରାମ ପଞ୍ଚାୟତର ୪୧ ଟି ଗ୍ରାମରେ କାର୍ଯ୍ୟକାରୀ କରୁଅଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ଉତ୍ସାହ ତଥା ପ୍ରେରଣା ବୃଦ୍ଧି କରିବା ସହ କୌଣସି ଗୋଟିଏ ବି ଶିଶୁ ତାର ଅଧିକାରରୁ ବଞ୍ଚିତ ନ ହୋଇ ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ ହୋଇପାରିବ ସେଇ ବିଷୟରେ ପ୍ରାଞ୍ଜଳ ଭାବରେ କହିଥିଲେ l ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ସମାଜର ପ୍ରତ୍ୟେକ ନାଗରିକଙ୍କର ଶିଶୁଙ୍କ ପ୍ରତି ସମ୍ବେଦନତା ରହିଲେ କୌଣସି ବି ଶିଶୁ ଅବହେଳିତ ନ ହୋଇ ପୂର୍ଣ ବିକାଶ ଦିଗରେ ଅଗ୍ରସର ହୋଇପାରିବ l
ପ୍ରାରମ୍ବିକ ସୂଚନାରେ ଉଦବୋଧନ ଦେଇ ସିଡ଼ି ଅନୁଷ୍ଠାନର ସିଇଓ ଅଭିରାମ ପାଣିଗ୍ରାହୀ ଶିଶୁମାନଙ୍କ ଉତ୍ସାହ ବୃଦ୍ଧି କରିବା ସହ କିପରି ସେମାନେ ନିଜ ଅଧିକାରରୁ ବଞ୍ଚିତ ନ ହେବେ ଏବଂ ସେଇ ଦିଗରେ ପିତା ଓ ସମାଜର ଭୁମିକା କଣ ରହିବା ଆବଶ୍ୟକ ରହିଛି ସେଇ ବିଷୟରେ କହିଥିଲେ। ଆଜିର ଶିଶୁ କାଲିର ଭବିଷ୍ୟତ ତେଣୁ ସେଇ ଭବିଷ୍ୟତକୁ କୁଶିମିତ କରିବାକୁ ଶିଶୁର ବର୍ତମାନ କୁ ସୁରକ୍ଷା ଦେବା ସହ ସେମାନଙ୍କ ଉତ୍ସାହ ବୃଦ୍ଧି ନିମନ୍ତେ ଗ୍ରାମ ସ୍ତରରୁ ଜିଲ୍ଲାସ୍ତର ଯାଏ ଏହିପରି ଅଭିନବ କାର୍ଯ୍ୟକ୍ରମ ପ୍ରତି ଅନ୍ତରାଳରେ ଆୟୋଜନ କରି ଏକ ଶିଶୁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିଲେ କୌଣସି ଗୋଟିଏ ବି ଶିଶୁ କେବେ ବି ନିଜ ଅଧିକାରରୁ ବଞ୍ଚିତ ହେବନାହିଁ ବୋଲି ମଧ୍ୟ ଶ୍ରୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।
ଏହାପରେ ପ୍ରତିଯୋଗୀ ମାନକୁ ପୁରସ୍କାର ବିତରଣ କରାଯିବ ସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଦ୍ଵାରା ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଶିଶୁ ମାନଙ୍କ ନିମନ୍ତେ ହୋଇଥିବା କାର୍ଯ୍ୟକ୍ରମରେ ଶିଶୁମାନେ ଅତି ଉତ୍ସାହର ସହ ଭାଗନେଇ ଉତ୍ସାହକୁ ଖୁବ ଉପଭୋଗ କରିଥିଲେ।
ପରିଶେଷରେ ପ୍ରୋଗାମ ମ୍ୟାନେଜର ଦିବ୍ୟପାଲ ପ୍ରଧାନ ଊତ୍ସବରେ ଭାଗ ନେଇଥିବା ସମସ୍ତ ଶିଶୁ ମାନଙ୍କ ସହ ସେମାନଙ୍କ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିବା ସହ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବା ପଛରେ ସ୍ନେହ ପ୍ରକଳ୍ପର କର୍ମଚାରୀ ସୂଶ୍ରୀ ପ୍ରଜ୍ଞ୍ୟା ପୂର୍ବାସା ତ୍ରିପାଠୀ, ରଞ୍ଜନ କୁମାର ପାଢୀ ଏବଂ ସେମାନଙ୍କ ପ୍ରକଳ୍ପ ଟିମଙ୍କ ପ୍ରଚେଷ୍ଠାକୁ ମଧ୍ୟ ପ୍ରଶଂସା କରି ଏହି କାର୍ଯ୍ୟକ୍ରମକୁ ଶେଷ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ