Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଣି ଫେରିପାରେ ମାକ୍ସ୍ !

ସମ୍ବଲପୁର : ପୁଣି ଫେରିପାରେ ମାକ୍ସ୍।ଏଭଳି ଆଶଙ୍କା କରାଯାଉଛି।ଥଣ୍ଡା କାଶ ହେଲେ ମାସ୍କ ପିନ୍ଧିବାକୁ ସରକାରତ କହିଲେଣି।ଚୀନ୍‌ରେ ବ୍ୟାପୁଥିବା ନିମୋନିଆ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ଏଭଳି ପ୍ରତିକ୍ରିୟା ରଖିଲେଣି।କେନ୍ଦ୍ର ସରକାର ମଧ୍ୟ ଚୀନ୍ ର ଭୟାନକ ନିମୋନିଆକୁ ଆଖି ଆଗରେ ରଖି ନିର୍ଦ୍ଦେଶ ଦେଲେଣି।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।ଯଦିଓ ଏହି ଭାଇରସ୍ ଏଚ୯ଏନ୨ ନୂଆ ନୁହେଁ, କିମ୍ବା ରାଜ୍ୟରେ ଚିହ୍ନଟ ହୋଇନି ତଥାପି ପ୍ରତିକାରତ୍ମକ ପଦକ୍ଷେପ ସ୍ୱରୂପ ମାକ୍ସ ପିନ୍ଦିବା ନେଇ କଟକଣା ଲଗାଯାଇପାରେ। ବର୍ତ୍ତମାନ କେବଳ ଥଣ୍ଡା କାଶ ଓ ସର୍ଦ୍ଦି ହେଲେ ମାକ୍ସ୍ ପିନ୍ଧିବାକୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ଶୀତ ଋତୁରେ ଏହାର ପ୍ରକୋପ ବଢିଲେ ମାକ୍ସ୍ ପୁଣି ଫେରିବା ସମ୍ଭାବନାକୁ ଏଡାଇ ହୋଇନପାରେ !ତେଣୁ ବେଳଠୁ ସମସ୍ତେ ସାବଧାନ ରହିବା ହିଁ ବର୍ତ୍ତମାନ ପାଇଁ ଏକ ସମୟର ଆହ୍ୱାନ ହୋଇ ଠିଆ ହୋଇଛି।