Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ‘ନୂଆ-ଓ’ ବିକାଶ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ

କଳାହାଣ୍ଡି, ୩୦/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ବିଶ୍ୱବିଦ୍ୟାଳୟ ତରଫରୁ ଓଡିଶା ସରକାରଙ୍କ ପ୍ରୋତ୍ସାହନରେ ‘ନୂଆ-ଓ’ ସାମାଜିକ କାର୍ଯ୍ୟକଳାପର ଦ୍ୱିତୀୟ ଦିନରେ ‘ଥରେ ବ୍ୟବହାର ପ୍ଲାଷ୍ଟିକ ବର୍ଜନ’ ଅଭିଯାନ ଉପଲକ୍ଷେ ଏକ ପରିକ୍ରମା ସହିତ ଜିଲ୍ଲା ରେଡ୍‌କ୍ରସ୍ ମୁକବଧିର ବିଦ୍ୟାଳୟ ପରିସର ଏବଂ ଭବାନୀପାଟଣା ରେଲୱେ ଷ୍ଟେସନ୍ ପରିସରରେ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଂଜୟ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏକ ବିଶାଳ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଡ. ମଧୁଲିକା ସାହୁ, ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ଡ. ମନୋଜ ମେହେର, ଶ୍ରୀ ତରଣୀସେନ ଦେହୁରୀ, ଡ. କୈଳାସ ଚନ୍ଦ୍ର ଦାସ, ପ୍ରମୁଖ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୀପକ ବେହେରା, ପ୍ରତ୍ୟୁଷ ବାଣୁଆ, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ସରୋଜ ନିଆଲ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏହି କାର୍ଯ୍ୟକ୍ରମ ଯୁକ୍ତଦୁଇ ଏବଂ ବିଶ୍ୱବିଦ୍ୟାଳୟର ପ୍ରାୟ 500ରୁ ଅଧିକ ଛାତ୍ରଛାତ୍ରୀ ଭାଗନେଇଥିଲେ ।