Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାଁ ଝାଡେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ହୁମା ବକ୍ର ମନ୍ଦିରରେ ସଫେଇ ଅଭିଯାନ

ସମ୍ବଲପୁର(ଧମା):ହୁମା ଠାରେ କଲେଜ ତରଫରୁ “ନୁଆଁ ଓ” କାର୍ଯ୍ୟକ୍ରମରେ ସଫେଇ ଓ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି lମାନେଶ୍ଵର ବ୍ଲକ ହୁମା ଠାରେ ମାଁ ଝାଡ଼େଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟ ର”ଯୁବ ଓଡିଶା ନବୀନ ଓଡିଶା” ତରଫରୁ ସଫେଇ ଅଭିଯାନ ଓ ଅନ୍ଧବିଶ୍ୱାସ, କୁସଂସ୍କାର ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଅଧ୍ୟକ୍ଷ ଅନିଲ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହୁମା ଗାଁର ଗୌତିଆ ସତ୍ୟନାରାୟଣ ପୁଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଧମା SI ପ୍ରମୋଦ ସାହୁ,ASI ସନ୍ତୋଷ କୁମାର ପରିଡା ଓ ପରିଚାଳନା କମିଟିର ସଦସ୍ୟ ଜୟନ୍ତୀ ପୁଜାରୀ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ l ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ୍ ଦେଇ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ଏକ ରେଲି କରିଥିଲେ l
ଅଧ୍ୟାପକ ସଞ୍ଜୟ ସାହୁ ସଂଯୋଜନା ଓ ସଂସାର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ନୋଡାଲ ଅଫିସର୍ ଅଧ୍ୟାପକ ବଳଦେବ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ l
ଅଧ୍ୟାପିକା ଅମ୍ରିତା ପଟ୍ଟନାୟକ, ସୁନିତା ସେଠ୍,ରେଣୁକା ମାଝି, ଏକାଦଶୀଆ ଦଳେଇ, ଯଦୁମଣି ସାହୁ,ରତନ ଲୁହୁରା,ଚିନ୍ମୟ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l