Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

ଜମନକିରା : ଡିସେମ୍ବର ୩ ତାରିଖ କୁ ବିଶ୍ଵ ଭିନ୍ନକ୍ଷମ ଦିବସ ରୁପେ ପାଳନ କରାଯାଏ। ଏଇ ପରିପେଖିରେ ଆଜି ଜମନକିରା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ବିଶ୍ଵଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଏବଂ ତାଙ୍କ ଅଭିବାବକ ଯୋଗ ଦେଇଥିଲେ। ସର୍ବପ୍ରଥମେ ଏକ ଶୋଭାଯାତ୍ରା ମାଧ୍ୟମରେ ଭିନ୍ନକ୍ଷମଙ୍କ ଏକତା ଓ ଇଚ୍ଛାଶକ୍ତି କୁ ଟାଣ କରିବା ଉଦ୍ଦେଶ୍ୟ ରେ ସ୍ଲୋଗାନ ମାନ ଦିଆଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ଗୀତ, ବକ୍ତୃତା ଓ ଚିତ୍ରାଙ୍କନ ପରି ଅନେକ ପ୍ରତିଯୋଗୀତା ମାନ ଅନୁଷ୍ଟିତ ହୋଇଥିଲା। କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପୁରସ୍କୃତ କରାଯାଇଥିଲା।ଏଇ କାର୍ଯ୍ୟକ୍ରମ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସୁଶ୍ରୀ ଦେବକୀ ନାଏକ, ଦିଲୀପ କୁମାର ବହିଦାର, ଭୁବନେଶ୍ୱର ଦିବେଦୀ, ପ୍ରଶାନ୍ତ କୁମାର ନାଥ, ବିଆରପି ଚିତ୍ତରଞ୍ଜନ ବାରିକ ଏବଂ ସି ଆର୍ ସି ସି ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।