Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଠା ଦୋକାନୀ ବ୍ୟବସାୟୀ ସଂଘ ବୈଠକ

ସମ୍ବଲପୁର: ବୁର୍ଲା ଆଜି ତା ୦୩.୧୨ ବୁର୍ଲା ର ଭାରତୀ କ୍ଳବ ପଡିଆଠାରେ ବୁର୍ଲା ବ୍ୟବସାୟୀ ସଂଘ ଆହ୍ୱାନ କ୍ରମେ ଗୋପବନ୍ଧୁ ଛକ ରୁ ପେଟ୍ରୋଲ ପମ୍ପ ଛକ  ପର୍ଯ୍ୟନ୍ତ ଓ ମାର୍କେଟ ର କ୍ଷତିଗ୍ରସ୍ଥ ଉଠାଦୋକାନୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି Iଏହି ବୈଠକ ରେ ସରକାରଙ୍କ ଦ୍ୱାରା ବୁର୍ଲାର ବିକାଶ ଧାରାରେ କାହାରି ମିଥ୍ୟl ପ୍ରଲୋଚନାରେ ପ୍ରଲୋଭିତ ନ ହୋଇ ପ୍ରଶାସନକୁ ସହଯୋଗ କରିବାକୁ ମତାମତ ପ୍ରକାଶ ପାଇଥିଲା I ଏବେ ବୁର୍ଲା ସ୍ଥିତ କଚ୍ଚା ମାର୍କେଟ ରେ ଦୋକାନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ରାସ୍ତାର ପ୍ରଶସ୍ତି କରଣ ନିମନ୍ତେ ଟେଣ୍ଡର ସରିଲାଣି I ପ୍ରଶାସନ ତରଫରୁ କ୍ଷତିଗ୍ରସ୍ଥ ଦୋକାନୀ ମାନଙ୍କ ପାଇଁ ଦୋକାନ ନିମନ୍ତେ ସ୍ଥାନ ମଧ୍ୟ୍ୟ ନିରୂପଣ କରାଯାଇଅଛି I ସରକାରଙ୍କ ନିର୍ଦେଶ କ୍ରମେ ପ୍ରଶାସନ ଏବେ ବୁର୍ଲା ର ବିକାଶ ଧାରାରେ ସମ୍ପୂର୍ଣ ସଜାଗ ରହିଛି I ଏହି ବୈଠକ ରେ  ପୂର୍ବତନ ବିଧାୟିକା ତଥା  ରାଜ୍ୟ ସାଧାରଣ ସମ୍ପାଦକ ଡ଼ା ରାସେଶ୍ୱରୀ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଦାସ, ସମ୍ବଲପୁର ମହାନଗର ସଭାପତି ସତୀଶ ବିଶି, ଜିଲ୍ଲା ଉପସଭାପତି ଦେବାଶିଷ ନନ୍ଦ, ଅଶୋକ ମହାକୁଡ଼, ସମ୍ପାଦକ ତରଣୀ ସେନ ଚାନ୍ଦ, ବ୍ୟବସାୟୀ ସଂଘ ସଭାପତି ସୂର୍ଯ୍ୟକାନ୍ତ ସ୍ୱାଇଁ, ଉପସଭାପତି ଅଭିମନ୍ୟୁ ରାଉତ , ସାଧାରଣ ସମ୍ପାଦକ ଅକ୍ଷୟ ପଣ୍ଡା,ସମ୍ପାଦକ ଦିଲ୍ଲୀପ ଜେନା,କୋଷାଧକ୍ଷ ଗଜି  ସାହୁ, ରାଜେନ୍ଦ୍ର ପରିଡା,କାଁହୁଚରଣ ପାଣିଗ୍ରାହୀ, ଶଙ୍କର ରେଡ୍ଡୀ,ସୁଶାନ୍ତ ପାତ୍ର, ଅଶ୍ୱିନୀ ସ୍ୱାଇଁ,ସୁଶାନ୍ତ ପ୍ରଧାନ,ସଂଜୀବ କର,ଅଶ୍ୱିନୀ ପଣ୍ଡା, ଗାନ୍ଧୀ ସାହୁ ଏବଂ ସମସ୍ତ କର୍ମକର୍ତ୍ତା ଙ୍କ ସମେତ ଅନେକ ବୁଦ୍ଧିଜୀବି, ମହିଳା ଏବଂ କ୍ଷତିଗ୍ରସ୍ଥ ଦୋକାନୀ ମାନେ ସାମିଲ ହୋଇଥିଲେI

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ