Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂଆ – ଓ’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସମ୍ମନ୍ୱିତ ଯୁବ ଉତ୍ସବ ଉଦଯାପିତ*

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ୬ତାରିଖ ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କର ନୁଆଁ-ଓ ଯୋଜନା ଅନ୍ତର୍ଗତ ସମ୍ମନିତ ଯୁବ ବିକାଶ ନୁଆଁ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି। ଶିଳ୍ପ ତାଲିମ ଅନୁଷ୍ଠାନ ର ଅଧକ୍ଷ ଇଂ ଶୈଳେଶ କୁମାର ନାୟକକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ବିରାମହରାଜପୁର ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଏବଂ ଅତିରିକ୍ତ ଆରକ୍ଷୀ ଅଧିକାରୀ ପ୍ରମୁଖ ଯୋଗଦେଇ ରାଜ୍ୟରେ ଯୁବଶକ୍ତିଙ୍କ ସୃଜନାଶୀଳତାର ବିକାଶ ସହିତ ଆତ୍ମବିଶ୍ୱାସକୁ କିପରି ତ୍ୱରାନ୍ୱିତ ଓ ସଶକ୍ତ କରାଯାଇପାରିବ ଉଦବୋଧନ ଦେଇଥିଲେ। ପୁନଶ୍ଚ ଛାତ୍ର ଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଯୁବ ଶକ୍ତି ନିମନ୍ତେ ଉତ୍କୃଷ୍ଠ ମଞ୍ଚ ବୋଲି ଅତିଥିମାନେ କହିବା ସହ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଏହାର ସୁବିନିଯୋଗ କରିବା ଉପରେ ଦିଗଦର୍ଶନ ଦେଇଥିଲେ।ପରେ ପରେ ନୁଆଁ – ଓ ପରିପ୍ରେକ୍ଷୀରେ ଯୁବକ ଯୁବତୀ ମାନଙ୍କ ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଭାଗୀଙ୍କୁ ଅତିଥିବୃନ୍ଦ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ l ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ପ୍ରତିଯୋଗିତା ର ପ୍ରଥମ ସ୍ଥାନ ରେ କୃତିତ୍ବଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନେ ୧୨ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ନୁଆଁ -ଓ ଫେଷ୍ଟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସେମାନଙ୍କର ସୃଜନଶୀଳତା କୁ ଆହୁରି ପରିସ୍ଫୁଟ କରିବାକୁ ସୁଯୋଗ ପାଇପାରିବେ। ପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।