Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଆଜି ମଙ୍ଗଳବାର ଯୁବ ଓଡିଶା ନବୀନ ଓଡିଶା କ୍ରିଡା ଉତ୍ସବ ଅଧକ୍ଷ ନିଳାଞ୍ଚଳ ତିଓ୍ୟାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ଏହି କ୍ରୀଡା ଉସବକୁ ସଂଯୋଜନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଜମିଦାତା କାର୍ତ୍ତିକେୟ ମହାପାତ୍ର ମୁଖ୍ୟଅତିଥି ଭାବରେ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି ମାଁ” ସମଲେଶ୍ବରୀ ଙ୍କ ତୈଳଚିତ୍ରରେ ଦୀପ ପ୍ରଜ୍ଜଳନ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧିକ ସଂଖ୍ୟକ ଛାତ୍ର ଛାତ୍ରୀ ଭାଗ ନେବା ପାଇଁ ଆହ୍ବାନ କରିଥିଲେ। ପରିଚାଳନା ସମିତି ର ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର, ପୂର୍ବ ପରିଚଳନ କମିଟି ସଦସ୍ୟ ବେଣୁଧର ସେଠ, ଶିକ୍ଷାବିତ ସନାତନ ଭଏଁସା, ପ୍ରତିଷ୍ଠାତା ସଭ୍ୟ ଜୟନାଥ ମନୋହରୀ, ଅବସର ପ୍ରାପ୍ତ ଶିକ୍ଷକ ନୃପଳାଳ ପଟେଲ ପ୍ରମୁଖ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇଥିଲେ। କ୍ରିଡା ଉତ୍ସବ୧୦୦, ୪୦୦, ୮୦୦, ଲମ୍ବଡିଆ, ଉଚ୍ଚଡିଆ, ସଟଫୁଟ, ଡିସକସ, ଜେବଲିନ ଫିଙ୍ଖା, କବାଡି, ବ୍ୟାଡବିଣ୍ଠନ, କ୍ୟାରେମ ଆଦି ବିଭିନ୍ନ ଖେଳ ଉଭୟ ଛାତ୍ର ଛାତ୍ରୀ ଙ୍କ କୁଲେଇଗଡ ପଞାୟତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଦିପ ପଟେଳ ଓ ଉଚ୍ଚତର ବିଦ୍ୟାଳୟ ଖେଳ ଶିକ୍ଷକ ଦିଲିପ କୁମାର ପୂରୋହିତ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟାପିକା ଭାବନା ପାଣ୍ଡେ, ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ, ପୁରାତନ ଛାତ୍ର ସଂଘ ସଭାପତି ଅରୁଣ ପଟେଲ, ସ୍ବେଛାସେବୀ ବିଜୁ ସାହୁ, ଡିଇଓ ସମିନ ରଞ୍ଜନ ନାଏକ, କିରାଣୀ ଭେଷଜ ଗରଡିଆ, ଜୟଦେବ ରାଉତ, ଅସିମ କୁମାର ପରୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରାରମ୍ଭରେ ଆଜି ସକାଳେ ଯୋଗ ପ୍ରଶିକ୍ଷକ ପ୍ରବିଣ କୁମାର ପଟେଳ ଓ ଦିପକ କୁମାର ପୂରୋହିତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ସାମ୍ବାଦିକ ଗଗନ ଶର୍ମା ଉପସ୍ଥିତ ଥିବା ବେଳେ ଶେଷରେ ଅଧ୍ୟାପକ ସତ୍ୟନାରାରଣ ପଟେଳ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ