Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଡ଼ଭଗାରେ ଓବିସି ଜନଜାଗରଣ ରଥକୁ ସ୍ୱାଗତ

ଜମନକିରା,୧୬/୧୨: ଓବିସି ଜନ ଜାଗରଣ ରଥ ବିଗତ ୨୬ ତାରିଖରୁ ଆଜି ପର୍ଯ୍ୟନ୍ତ ଝାରସୁଗୁଡ଼ା, କୁଚିଣ୍ଡା, ଦେବଗଡ଼, ରେଢ଼ାଖୋଲ, ବଉଦ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ବରଗଡ଼ ଜିଲ୍ଲା ପରିକ୍ରମା କରିବା ପରେ ଆଜି ବରଗଡ଼ ଓ ସମ୍ବଲପୁର ଜିଲ୍ଲା ସୀମା ଗୋଡ଼ଭଗା ସମଲେଇ ମନ୍ଦିର ପ୍ରାଙ୍ଗଣରେ ରଥକୁ ସ୍ଵଗତ କରାଯାଇଥିଲା। ଏହି ଅବସରରେ ବୈଷ୍ଣବ ଚରଣ ତ୍ୟାଗୀଙ୍କ ସଭାପତିତ୍ବରେ ଆୟୋଜିତ ଜାଗରଣ ସଭାରେ ଓଡ଼ିଶା ଓବିସି ମଞ୍ଚର ସଭାପତି ଶଙ୍କର ପାତ୍ର, ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ, ଝାରସୁଗୁଡ଼ା ଜିଲ୍ଲା ଆବାହକ ବିରଞ୍ଚି ସାହୁ ପ୍ରମୁଖ ଭାଷଣ ଦେଇ ଯେଉଁ ରାଜନୈତିକ ଦଳ ଶିକ୍ଷା, ଚାକିରୀ ଓ ରାଜନୀତିରେ ଜନ ସଂଖ୍ୟା ଅନୁପାତରେ ସଂରକ୍ଷଣ ଦେବା ତାଙ୍କୁ ଓବିସି ଜନତା ସମର୍ଥନ ଦେବେ ଏବଂ ଓବିସି ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ବାନ ଦେଇଥିଲେ। ଏହାପୂର୍ବରୁ ଅତାବିରାରେ ଭୋଲା ନାଥ ପଧାନ ଓ ପଦମପୁର ରେ ଉମେଶ ଚନ୍ଦ୍ର ସାହୁ ଓ ବରଗଡ଼ରେ ସରୋଜ ନାଏକଙ୍କ ନେତୃତ୍ୱରେ ସ୍ୱାଗତ କରିବ ସହ ପଥପ୍ରାନ୍ତ ସଭାରେ ଓବିସି ଏକତା ପାଇଁ ଆହ୍ବାନ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ