Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଘୋଷିତ ବିଦ୍ୟୁତ କାଟ ନାହିଁ ନଥିବା ଅସୁବିଧାରେ ଲୋକେ

ଜମନକିରା,୫/୪: ଜମନକିରା ବିଦ୍ୟୁତ ସେକ୍ସନ ପକ୍ଷରୁ ଆଜି ଅଘୋଷିତ ଭାବେ ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ଯୋଗାଣ ନହେବାରୁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ସାଢେ଼ ୧୧ଟା ସମୟରୁ ସନ୍ଧ୍ୟା ସାଢେ଼ ୬ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ହୋଇ ନଥିଲା। ଏବେ ତାତି ବଢ଼ି ବଢ଼ି ଚାଲିଥିବା ବେଳେ ଲୋକେ ପିଇବା ପାଣି ତଥା ଅନ୍ୟ କାର୍ଯ୍ୟ ପାଇଁ ବିଦ୍ୟୁତ ର ଆବଶ୍ୟକ କରୁଛନ୍ତି। ତେବେ ଆଜି ବିନା ଘୋଷଣାରେ ୭ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ଯୋଗାଣ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଦ୍ୟୁତ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁ ଉପଭୋକ୍ତା ମାନେ ଆଜି ଏଭଳି କାର୍ଯ୍ୟ କୁ ତୀବ୍ର ନିନ୍ଦା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭାଗ ପକ୍ଷରୁ ବିଦ୍ୟୁତ ବିଛିନ୍ନ କରିବା ପରେ କେତେକ WhatsApp ଗ୍ରୁପରେ ଜଣେଇଥିଲେ କି ବିଦ୍ୟୁତ କଟା ଯିବ ବୋଲି। ପରେ ୩ଘଣ୍ଟାରେ ବିଦ୍ୟୁତ ଯୋଗାଣ ହେବ। ପୁଣି ଥରେ ୫ ଘଣ୍ଟାରେ ଯୋଗାଣ ହେବ ବୋଲି ଲେଖିଥିଲେ। କିନ୍ତୁ ବାସ୍ତବ କ୍ଷେତ୍ରରେ ସନ୍ଧ୍ୟା ସାଢ଼େ ୬ଟାରେ ଯୋଗାଣ ହୋଇଥିଲା। ବିଭାଗର ଏଭଳି କାର୍ଯ୍ୟକୁ ଲୋକେ ନାପସନ୍ଦ କରିଛନ୍ତି।
ଏସଂକ୍ରାନ୍ତରେ ଉପଖଣ୍ଡ ବିଦ୍ୟୁତ ବିଭାଗ ଅଧିକାରୀ ସୁବ୍ରତ ପଣ୍ଡାଙ୍କୁ ଯୋଗାଯୋଗ କରି ପଚାରିବାରୁ, ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ଥିଲା। ଶୀଘ୍ର ମରାମତି ନକଲେ ବେଶି ଅସୁବିଧା ହେଇଥାନ୍ତା ।ତେବେ ଭବିଷ୍ୟତରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ବିଦ୍ୟୁତ କଟା ଯିବ ବୋଲି କହିଥିଲେ।