Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଆରଜି କଲେଜ ଭୋଜପୁରରେ ରକ୍ତଦାନ ଶିବିର, ୧୫ ୟୁନିଟ ରକ୍ତ ସଂଗ୍ରହ

ଜମନକିରା : ଆଜି ମଙ୍ଗଳବାର ଦିନ ବିଆରଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୋଜପୁରରେ ମୋ ଓଡିଶା ଯୁବ ଓଡିଶା ନବୀନ ଓଡିଶା ପ୍ରାୟୋଜିତ କାର୍ଯ୍ୟସୂଚୀ ଅନୁଯାୟୀ ଏକ ରକ୍ତଦାନ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ଉପଖଣ୍ଡ ଚିକତ୍ସାଳୟ ଅଧିକାରୀ ଡା. ସୁବୋଧ କୁମାର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାନର ମହାନତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ। କୁଚିଣ୍ଡା ମେଡିକାଲ ଷ୍ଟାଫଙ୍କ ସହାୟତାରେ ଆୟୋଜିତ ରକ୍ତଦାନ ଶିବିରରେ ଅଂଚଳର ଅନେକ ସ୍ବେଛାସେବୀ ସମେତ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ମହାକୁଳ, ସୁବାସିନୀ ଶତପଥି, ଅଲିଶାରାଣୀ ପଳେଇ, ଦେବେନ୍ଦ୍ର ମହାକୁଳ ଓ ଯୋଗ୍ୟ ଛାତ୍ରଛାତ୍ରୀମାନେ ସ୍ୱେଚ୍ଛା ସେବୀ ଭାବେ ରକ୍ତଦାନ କରିଥିଲେ। ଉକ୍ତ ଶିବିରରେ ମୋଟ ୧୫ୟୁନିଟ୍ ରକ୍ତ ସଂଗୃହିତ ହେବା ସହିତ ୧୨୦ଜଣ ଛାତ୍ରଛାତ୍ରୀଙ୍କର ବ୍ଲଡ଼ଗ୍ରୁପ୍ ଚିହ୍ନଟ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମହାକୁଳ ଛାତ୍ରଛାତ୍ରୀମାନଂକୁ ରକ୍ତଦାନ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଅଧ୍ୟାପିକା ଅନିତା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ