Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ଆଇଟିଆଇ କଲେଜ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସମ୍ବନିତ ଯୁବ ବିକାଶ କାର୍ଯକ୍ରମ ଅନ୍ତର୍ଗତ ଏକ ମେଗା ରକ୍ତ ଦାନ ଶିବିର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସୋନପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ଦୁର୍ଗାଦତ୍ତ ଦାସ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏବଂ ଆମେ ଅନ୍ୟକୁ ସବୁବେଳେ କିଛି ଦେବା ଶିଖିବା ଉଚିତ୍ ତା ଅର୍ଥ କେବଳ ଯେ ଟଙ୍କା ପଇସା ନୁହେଁ, ବିପଦ ବେଳେ ଜଣଙ୍କୁ ସାହସ ଦେବା, ଦୁଃଖ ବେଳେ ସାନ୍ତ୍ଵନା ଦେବା, ଅନ୍ୟ ର ଜୀବନ ବଞ୍ଚାଇବାକୁ ଯେମିତି ଆଜି ଆପଣ ମାନେ ରକ୍ତ ଦାନ କରିଛନ୍ତି ବୋଲି ପରାମର୍ଶ କରି ଉତ୍ସାହିତ କରିଥିଲେ। ସରକାରୀ ଆଇଟିଆଇ ର ମୃତୁଞ୍ଜୟ ମହାନ୍ତି, ଶୁଭେନ୍ଦୁ ବେହେରା, ମାନିନୀ ନନ୍ଦ, ଗାୟତ୍ରୀ କାର୍ଗୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ରକ୍ତ ଦାନ ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଡ଼ା, ଚିତ୍ତରଞ୍ଜନ ତ୍ରିପାଠୀ, ଜଗତ ଦରୱାନ, ଟିଟୁ ଭୋଇ, ମୁନା ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ସମସ୍ତ ରକ୍ତ ଦାତାଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ