ଜମନକିରା ବ୍ଲକରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥର ପରିଭ୍ରମଣ


ଜମନକିରା : ଗତକାଲି ଠାରୁ ଜମନକିରା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥର ପରିଭ୍ରମଣ ଶୁଭାରମ୍ଭ ହୋଇଛି। ଏଥିରେ ବିଡ଼ିଓ ରିନା ନାଏକଙ୍କ ନେତୃତ୍ୱରେ ବ୍ଲକ ଅଧିକାରୀ ଗଣ ଗତକାଲି ଠାରୁ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯଥା;
ଅଟଳ ପେନସନ ଯୋଜନା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଆୟୁଷ୍ମାନ ଭାରତ ଯୋଜନା କାର୍ଡ, ଦିନଦୟାଲ ଅନ୍ତୋଦୟ ଯୋଜନା, ନେସନାଲ ରୁରାଲ ଲାଇଭଲିହୁଡ଼ସ ମିଶନ, ଡିଜିଟାଲ ପେମେଣ୍ଟ ଇନଫ୍ରାଷ୍ଟ୍ରକଚର, ଏନରୋଲମେଣ୍ଟ ଇନ ଏକଲବ୍ୟ ମୋଡେଲ ରେସିଡେଣ୍ଟାଲ ସ୍କୁଲ, ଫରେଷ୍ଟ ରାଇଟ ଟିଟିଲେସ, ଇଣ୍ଡିଭିଜୁଆଲ ଆଣ୍ଡ କମ୍ୟୁନିଟି ଲାଣ୍ଡ,, ହର ଘର ଜଳ, ଜଳ ଜୀବନ ମିଶନ, ଜନ ଧନ ଯୋଜନା, ଜୀବନ ୟୋତି ବୀମା ଯୋଜନା, ଖେଲୋ ଇଣ୍ଡିଆ, କିଷାନ କ୍ରେଡିଟ କାର୍ଡ, ମିଶନ ଇନ୍ଦ୍ରଧନୁଶ, ମୋ ଭାରତ ଭାଳେଣ୍ଟିରିୟସ, ନାନୋ ଫ୍ରିତିଳାଇଜାର, ନେସନାଲ ଏଜୁକେସନ ପୋଲିସି ୨୦୨୦, ନିୟୁ ଆଇ. ଆଇ. ଟି. ଏସ, ଆଇ. ଆଇ. ଏମ. ଏସ, ୱାନ ନେସନ ୱାନ ରାସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ, ପୌରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା, ପ୍ରଧାନମନ୍ତ୍ରୀ ଇ ବସ ସେବା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଖୁସାଲ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମାନ, ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଲୋନ, ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ ଆଦି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ବିସ୍ତୃତ ଭାବେ ବ୍ଲକ କର୍ତ୍ତୃପକ୍ଷ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ। ଏହି କ୍ରମରେ ଗତକାଲି ଜମନକିରା ବ୍ଲକ ଅନ୍ତର୍ଗତ ଡିମିରୀମୁଣ୍ଡା, ସିରିଡ ଆଦି ପଞ୍ଚାୟତରେ ପ୍ରଚାର କରାଯାଇଥିବା ବେଳେ ଆଜି ବୁଧବାର ଭୋଜପୁର ଏବଂ ବଡ଼ମାଳ ପଞ୍ଚାୟତ ରେ ପ୍ରଚାର କରାଯାଇଥିଲା। ଆସନ୍ତା କାଲି ଏହି ରଥ ସୁବର୍ଣ୍ଣପାଲି ଏବଂ ଧୁଡ଼ିପାଳି ଥିବା ବେଳେ ଆସନ୍ତା ୨୭ ତାରିଖରେ ଜମନକିରା ସଦର ପଞ୍ଚାୟତ ସମେତ କରଙ୍ଗପାଣି ରେ ପ୍ରଚାର ରଥ ଭ୍ରମଣ କରାଯିବାର ଥିବା ନେଇ ବିଡିଓ ରିନା ନାଏକ ପ୍ରକାଶ କରିଛନ୍ତି। ଏଥିରେ ବ୍ଲକ ଓ ପଞ୍ଚାୟତ ଅଧିକାରୀ, ସରପଞ୍ଚ, ସମିତିସଭ୍ୟ, ଜନପ୍ରତିନିଧି ପ୍ରମୁଖ ସାମିଲ ଥିଲେ।