Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୀମକେଲା ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ।

କଳାହାଣ୍ଡି, ୨୧/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି
ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ୩୩ତମ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କ୍ରୀଡା ଉଦଘାଟନ ଦିବସରେ ସ୍ଥାନୀୟ ସରପଞ୍ଚ ଜାନକୀ ଗଉଡ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଝଜ ସା ଉପସ୍ଥିତ ରହି ଏହାର ଶୁଭ ଉଦ୍ଘାଟନ କରିଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ୧୬ ଗୋଟି ବିଭାଗରେ ବାଳକ ଓ ବାଳିକା କ୍ରୀଡା ସହ ୬ଟି ଲିଖନ,ଗାୟନ ପ୍ରତିଯୋଗିତା ହୋଇଥିଲା। ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ, ମୁଖ୍ୟ ବକ୍ତା ଭାବେ ଏବିଇଓ ଗୋବର୍ଦ୍ଧନ ମାଝୀ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ବାଳକ କ୍ରୀଡା ବିଭାଗରେ ଜିଗ୍ନେସ ତାହାର ଓ ବାଳିକା ବିଭାଗରେ ଟଙ୍କେଶ୍ଵରୀ ବଗର୍ତ୍ତୀ ଚମ୍ପିୟାନ ବିବେଚିତ ହୋଇଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶ ବାର୍ଷିକ ଉତ୍ସବର ବିବରଣୀ ପଠନ କରିଥିଲେ। ବରିଷ୍ଠ ଶିକ୍ଷକ ବିନୟ କିଶୋର ଦାଶ, କ୍ରୀଡା ଶିକ୍ଷକ ଗଙ୍ଗାଧର ରଣା, ଶିକ୍ଷକ ରାଜୀବ କୁମାର ଦାଶ, କେଶବ ମହାପାତ୍ର, ନୃସିଂହ ଚରଣ ଦଳାଇ, ସୁକାନ୍ତ କୁମାର ମହାନ୍ତି, ସଞ୍ଜୟ ସେନାପତି ଓ କର୍ମଚାରୀ ତୀର୍ଥ କରୁଆଁ, କିଶୋର କରୁଆଁ, ଥବିର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମର ଦାୟିତ୍ଵ ଗୁଡ଼ିକ ନିର୍ବାହ କରିଥିଲେ।