ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ମଧୁଚନ୍ଦ୍ରିକା ରେ ଚାଲିଛି ଧାନ ସଂଗ୍ରହ ପକ୍ରିୟା : ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ*


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଭାରତୀୟ ଜନତା ପାର୍ଟି ମଣ୍ଡିକୁ ଚାଲ ଅଭିଯାନରେ ବିଜେପି ରାଜ୍ୟ କୃଷକ ମୁର୍ଚ୍ଚା ସଭାପତି ମହେଶ୍ବର ସାହୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମଣ୍ଡି ସହ ବିନିକା ବ୍ଳକ ସିଙ୍ଘିଯୁବା, ସିନ୍ଦୁରପୁର ଏବଂ ବିନିକା ମଣ୍ଡି ବୁଲିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରି ବିନିକା ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧୁ ଚନ୍ଦ୍ରିକା ଓ ବିରାଟ ରାକେଟରେ ଚାଷୀ ର ଧାନକୁ ବ୍ୟାପକ କଟନି ଛଟନି କରି ଚାଷୀଙ୍କ ଠାରୁ କୋଟି କୋଟି ଟଙ୍କା ଶୋଷଣ କରି ଧାନ ସଂଗ୍ରହ ଚାଲିଥିବା ପ୍ରକାଶ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଳାର ମିଲରସ୍, ସରକାରୀକଳ, ପ୍ରଶାସନିକ କଳ ଓ ସରକାରି ଦଳ ନେତା ମନ୍ତ୍ରୀଙ୍କ ମଧୁଚନ୍ଦିକାରେ ଏକ ବିରାଟ ରାକେଟ କ୍ଵିଣ୍ଟାଲ ପିଛା ୩ କେଜିରୁ ୭ କେଜି ପର୍ଯ୍ୟନ୍ତ ଧାନରେ ଆଦ୍ରତା, ଡ଼ିସକଲର ନାମରେ ଚାଷୀଙ୍କ ଠାରୁ କାଟି ନେଇ କୋଟି କୋଟି ଟଙ୍କା ଶୋଷଣ କରିବାସହ ବସ୍ତା ନାମରେ ପୁଣି ଏକ କେଜି କରି ଧାନ କଟୁଥିବା କଥା କହିଛନ୍ତି ବିଜେପି ରାଜ୍ୟ କୃଷକ ମୁର୍ଚ୍ଚା ସଭାପତି ଶ୍ରୀ ସାହୁ। ସୁବର୍ଣ୍ଣପୁର ଜିଲ୍ଲାରେ ଯେଉଁ ମଣ୍ଡି ଚାଲିଛି ପ୍ରାୟ ଭିତ୍ତି ଭୂମି ନାହିଁ କହିଲେ ଚଳେ ଚାଷି ମାନେ ମଣ୍ଡିକୁ ଆସିଲେ ତାଙ୍କ ପାଇଁ ଆଶ୍ରୟନେବା, ସ୍ବଚ୍ଛ ପିଇବା ପାଣି, ଶୌଚାଳୟ ନାହିଁ। ଚାଷୀ ମାନେ ଧାନ ମଣ୍ଡି lକୁ ଆଣିବା ପାଇଁ କେନ୍ଦ୍ର ସରକାର ବସ୍ତା ଦେଉଛନ୍ତି କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାରେ ବସ୍ତା ଚାଷୀ ପାଇ ପାରୁନାହାନ୍ତି। ମିଲର ଏଜେଣ୍ଡ ଙ୍କ କଥାରେ ଚାଷୀ ରାଜି ନ ହେଲେ ଚାଷୀର ଧାନ କିଣା ଯାଉନାହିଁ। ବିଭିନ୍ନ ଆଲରେ ଚାଷୀ ର ଧାନ ଫେରସ୍ତ କରୁଥିବା ଚାଷୀ ଅଭିଯୋଗ କରିଥିବା କହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯେଉଁ ଗାଇଡ଼ ଲାଇନ ଅନୁସାରେ ସରକାର ଧାନ କ୍ରୟକରି ମିଲକୁ ଦେବେ ଓ ସେହି ଧାନକୁ ଚାଉଲ ଆକାରରେ ସରକାରଙ୍କୁ ଫେରସ୍ଥ କରିବାର ନିୟମ ଅଛି। ଗତ ଡ଼ିସେମ୍ବରରେ ୩ ଦିନଧରି ଅଦିନିଅଁ ବର୍ଷା ହେଲା ସେଥିରେ ସୁବର୍ଣ୍ଣପୁର ଜିଲ୍ଲା ଚାଷୀଙ୍କ ବ୍ୟାପକ କ୍ଷତି ହୋଇଥିବା ମଣ୍ଡି ଅଭିଯାନରେ ବୁଲିଲା ବେଳେ ଚାଷୀ ଅଭିଯୋଗ କରିଥିବା ପ୍ରକାଶ କରିଥିଲେ। ଅଦିନିଆଁ ବର୍ଷାରେ ରାଜ୍ୟରେ କପାଚାଷ, ପନିପରିବା ଚାଷୀମାନଙ୍କ କ୍ଷୟ କ୍ଷତି ଆକଲନ କରି ତୁରନ୍ତ ଚାଷୀ ମାନଙ୍କୁ ସହାୟକ ଯୋଗାଇ ଦେବାସହ ଆଗାମି ଚାଷ ପାଇଁ ମାଗଣାରେ ବିହନ, ସାର, କିଟନାଶକ ଔଷଧ ଯୋଗାଇଦେବା, କୃଷି ପାଇଁ ବିଦ୍ୟୁତ ବିଲ ଛାଡ଼ କରିବା ଏବଂ ଓଡ଼ିଶାରେ ପ୍ରକୃତିକ ବିପର୍ଯ୍ୟୟ ପାଇଁ ଚାଷୀଙ୍କ ଫସଲ ଉଜୁଡ଼ି ଯାଇ ମେରୁଦଣ୍ଡ ଦୋହଲି ବାସହ ଆଜି ଚାଷୀ ଆତ୍ମ ହତ୍ୟା କରୁଛନ୍ତି। ଏଣୁ ରାଜ୍ୟ ସରକାର ତୁରନ୍ତ ରାଜ୍ୟର ସମସ୍ତ ଚାଷୀଙ୍କର ସମସ୍ତ ପ୍ରକାର କୃଷିରୁଣ ଛାଡ଼ କରିବାକୁ ଦାବି କରିଥିବାସହ ଆଗାମୀ ଦିନରେ ଭାରତୀୟ ଜନତାପାଟି କୃଷକ ମୋର୍ଚ୍ଚା ପକ୍ଷରୁ ଆଗାମୀ ଦନିରେ ଜୋରଦାର ଆନ୍ଦୋଲନ କରାହେବ ବୋଲି ରାଜ୍ୟ କୃଷକ ମୁର୍ଚ୍ଚା ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ l ଏହି ସଭାକୁ କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଶୋକ ପୃଷ୍ଟିଙ୍କ ଅଧ୍ୟକ୍ଷତାରରେ ଅନୁଷ୍ଟିତ ସାମ୍ବାଦିକ ସମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରଶାନ୍ତ ସ୍ବାଇଁ , ଭାଜପା ଜିଲ୍ଲା ସାଧାରଣ ସଂପାଦକ ବିଶ୍ବମ୍ବର ମିଶ୍ର , ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଆନନ୍ଦ ବାରିକ, ପୂର୍ବତନ ଜିଲ୍ଲା ସଭାପତି ବିଜୟ ମହାକୁର, ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା କଲତା, ଉଷତ କର , ଉପସଭାପତି ସୈାମ୍ୟରଞ୍ଜନ ନାଇକ, ଭୂବନେଶ୍ବର ପାତ୍ର, ଆଶ୍ରୟ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।