Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆମ ସଂକଳ୍ପ ବିକଶିତ ଭାରତ ରଥକୁ ଭବ୍ୟ ସ୍ଵାଗତ

ଜମନକିରା : ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ପଂଚାୟତକୁ ବିକଶିତ ଭାରତର ରଥ ପରିକ୍ରମା ସଭା ଏବଂ ଭିଡିଓ କାର୍ଯ୍ୟକ୍ରମ ଜରିଆରେ ଭାରତ ସରକାର ଙ୍କ ଯୋଜନା ଗୁଡ଼ିକୁ ଜନସାଧାରଣ ଙ୍କୁ ଅବଗତ କରାଯାଉଛି। ଏ ଅବସରରେ ଆଜି ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ଓ ବଡରମା ଗ୍ରାମପଞ୍ଚାୟତରେ ପହଞ୍ଚିଥିଲା। ବିକଶିତ ଭାରତ ରଥକୁ ଟିକିବା ସରପଞ୍ଚ ମମତା ଭେଙ୍ଗ୍ରା, ପଂଚାୟତ ଅଧିକାରୀ ଦମ୍ବୋଦର୍ ନାଥ, ସୁଶାନ୍ତ ପଟେଲଙ୍କ ସମେତ ପଂଚାୟତ ବାସୀ ରଥକୁ ଭବ୍ୟ ସ୍ଵାଗତ ଜଣାଇ ଟିକିବା ହାଇସ୍କୁଲ ସମ୍ବୁଖରୁ ସଭା ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।ସଭା କାର୍ଯ୍ୟରେ ସରକାରୀ ସ୍ତରର ସମସ୍ତ ବିଭାଗର ଅଧିକାରୀ ମାନେ ଭାରତ ସରକାର ଙ୍କ ଯୋଜନା ସମନ୍ଧରେ ଆଲୋକପାତ କରିଥିଲେ। ଅଞ୍ଚଳର ହିତାଧିକାରୀ ମାନେ ଯୋଜନା ଗୁଡିକ ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ। ସରପଞ୍ଚ ଶ୍ରୀମତୀ ଭେଙ୍ଗ୍ରା ଭାରତ ସରକାରଙ୍କ ଦ୍ଵାରା ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପକୁ ପଂଚାୟତ ବାସୀଙ୍କୁ ଅବଗତ କରାଇଥିଲେ। ସେହିପରି ବଡରମା ପଞ୍ଚାୟତ ସରପଞ୍ଚ ବିଜୟ କୁମାର ନାୟକ, ସମିତି ସଭ୍ୟ ଅଶୋକ କୁମାର ବାଘ ସ୍ବାଗତ କରିଥିବା ବେଳେ ଜମନକିରା ବିଡ଼ିଓ ରିନା ନାଏକ ମୁଖ୍ୟଅତିଥି, ଏବିଡ଼ିଓ ରବୀନ୍ଦ୍ର ରଣା, ଏପିଓ ମନୋଜ କୁମାର ଭୋଇ, ଜିପିଓ ଐଶର୍ଯ୍ୟ ନାୟକ, ନିର୍ବାହୀ ଅଧିକାରୀ ଶ୍ରୀ ନାଥ, ଜିଆରଏସ ସଚ୍ଚିକାନ୍ତ ପଧାନ ପ୍ରମୁଖ ଯୋଗଦେଇ ୨୦୪୭ ମଧ୍ୟରେ ଭାରତ କୁ ଆତ୍ମନିର୍ଭର ଏବଂ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ସ୍ବପ୍ନ କୁ ସାକାର କରିବା, ଭାରତର ଏକତା କୁ ସୁଦୃଢ଼ କରିବା, ଦେଶକୁ ସୁରକ୍ଷା ଦେଇଥିବା ଦେଶ ରକ୍ଷକଙ୍କ ସମ୍ମାନ କରିବା, ନାଗରିକତା ହେବାର କର୍ତ୍ତବ୍ୟ କୁ ନିର୍ବାହ କରିବା ପାଇଁ ଜନସାଧାରଣ ଙ୍କୁ ଶପଥ ପାଠ କରାଇଥିଲେ। ସଭା ମଧ୍ୟରେ ଅଞ୍ଚଳର କୁନି କୁନି ପୁଅ ଝିଅ ମାନେ ମନୋରଞ୍ଜନ ପୂର୍ବକ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଶ୍ରୀମତୀ ଭେଙ୍ଗ୍ରା ଓ ବଡରମା କାର୍ଯ୍ୟକ୍ରମରେ ଜୀପିଓ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରି ବିକଶିତ ଭାରତ ରଥକୁ ବିଦାୟ ଜଣାଇଥିଲେ।