Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇଟି ବାଇକ୍ ମୁହାମୁହି ଧକା ଜଣେ ଗୁରୁତର

ଜମନକିରା : ଜମନକିରା ବ୍ଲକ ଫାଶୀମାଲ ପୁରୁଣା ମାର୍କେଟ ୟାର୍ଡ ପାଖରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା ଗରିଆବାହଲ ପଟୁ ଯାଉଥିବା ନକଟିପାଲି ର ଇନ୍ଦ୍ର ନାମକ ଏକ ଯୁବକ କୁ ବିପରୀତ ଦିଗ ରୁ ବାଇକ ଯୋଗେ ଆସୁଥିବା ପାଲକୁଦର ବରଘାଟ ଗ୍ରାମର ଲିପନ ଭଇଁସା ଧକା ଦେବା ଫଳରେ ଦୁଇ ବାଇକ୍ ଆରୋହୀ ପଡ଼ିଯାଇଥିଲେ। ଅଞ୍ଚଳର କିଛି ସଦହୃଦୟ ବ୍ୟକ୍ତି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଫାଶୀମାଲ ଡାକ୍ତରଖାନା କୁ ଆଣିଥିଲେ ହେଲେ ଲିପନ ଭଇଁସା ର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ରୁ ଡାକ୍ତର ପଟେଲ ତାଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି। ଅନ୍ୟ ଜଣେ ସାମାନ୍ୟ ଆହତ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ