Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମର୍ମନ୍ତୁଦ ସଡ଼କ ଦର୍ଘଟଣା; ବାଇକ ଚାଳକ ମୃତ

ଜମନକିରା : ଜମନକିରା ଥାନା ଅନ୍ତର୍ଗତ ଟାଙ୍ଗରମାଲ ପିଡ଼ବ୍ଲୁଡ଼ି ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ମୃତ୍ୟୁ ବରଣ କରିଛି।
ପୋଲିସ ର ସୂଚନା ମୁତାବକ ଜମନକିରା ଥାନା ଅନ୍ତର୍ଗତ ଦୁର୍ଗାଡିହି ଗାଁର ନୁଆସ ସମାଦଙ୍କ ପୁଅ ପାୱାଲ ସମାଦ(୪୦) ତାଙ୍କ ସାଙ୍ଗ ତୋଫାନ ସାହୁ(୪୨)ଙ୍କ ସହ ନିଜ ବାଇକ୍ (ଓଡି୧୫ ଏଚ ୯୬୭୦) ଯୋଗେ ଜମନକିରା କୁ ଆସୁଥିବା ସମୟରେ ଟାଙ୍ଗରମାଲ ପିଡବ୍ଲୁଡି ରାସ୍ତା କଡ଼ରେ ଥିବା ଏକ ଗଛରେ ବାଡେଇ ହୋଇଥିଲେ। ଫଳରେ ଗାଡ଼ି ଚଳାଉ ଥିବା ପାୱାଲଙ୍କ ମୁଣ୍ତରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତ ଶ୍ରାବ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ କୁଚିଣ୍ଡା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନିଆ ଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜମନକିରା ଥାନାରେ୧୭୫/୨୩ (୨୭୯/୩୩୭/୩୩୮/୩୦୪)ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆରୋହୀ ତୋଫାନ ଙ୍କ ସାମାନ୍ୟ ଆଘାତ ଲାଗିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।